STORYMIRROR

Bunee Tripathy

Comedy

3  

Bunee Tripathy

Comedy

ଭରଚୁଆଲ ବିବାହ

ଭରଚୁଆଲ ବିବାହ

1 min
376

କନ୍ୟା ପିତାଙ୍କର ଭାଳେଣି ପଡିଲା

 ବିବାହ ହେବ କେମିତି

କରୋନା ପାଇଁ ତ ଲାଗେ କଟକଣା

 ପୁରୋହିତ ପାଇଁ ରାତି।


ମୁଣ୍ଡେ ହାତ ଦେଇ ବସି କନ୍ୟାପିତା

 ଭାବୁଥାନ୍ତି ଦୁର୍ଦ୍ଦିନକୁ

କେହି ଜଣେ ଆସି କହିଲା ତ ହସି

 ଭରଚୁଆଲ ବିବାହକୁ ।


ଅନଲାଇନରେ ଲିଙ୍କ ପଠାଇଣ

 ତାରିଖ ହୋଇଲା ସ୍ଥିର

ବରବେଶ ହୋଇ ବସିଥିଲେ ପାତ୍ର

 ଖୋଲିଦେଲେ ମୋବାଇଲ।


ବ୍ରାହ୍ମଣ କରିଲେ ମନ୍ତ୍ର ଉଚ୍ଚାରଣ

 ନିଜ ଘର ଅଗଣାରେ

କନ୍ୟା ସଜ ହୋଇ ଗହଣା ତ ପିନ୍ଧି

 ଅଳସ ଛାଡେ ଖୁସିରେ।


ବର ମନ ଖୁସି ବାଜୁ ନାହିଁ ଅଗ୍ନି

 ବସିବାକୁ ପଡୁ ନାହିଁ

ଗୋଡକୁ ଲମ୍ବାଇ ନାଲି ପାଣି ପିଇ

  ହାତଗଣ୍ଠି ପଡୁଥାଇ ।


ବନ୍ଧୁ ବାନ୍ଧବ ତ ହୁଳହୁଳି ଦେଲେ

 ଅନଲାଇନ ଯୋଗ ଦେଇ

ଘର ପିନ୍ଧା କସ୍ତା ମୁଣ୍ଡ ତ ନୁଖୁରା

 ଖୁସିବାସ ମନେ ନାହିଁ।


କନ୍ୟା ମାତା ଦୁଃଖେ କହଇ ଶୁଣୁଛ

 କିଛି ତ ପାଇଲି ନାହିଁ

ସାହି ପଡିଶାଙ୍କ ବାହାଘର ବେଳେ

 ଦେଉଥିଲି ସୁନା ମୁହିଁ।


ଫସର ଫାଟିଲା ପାଣିରେ ପଡିଲା

 ଦେଇଥିଲି ଯାହା ସବୁ

ଭରଚୁଆଲ ବିବାହ ପାଇଁକି

 ଖସିଗଲେ ପରା ସବୁ ।


ବର କାନ୍ଦୁଅଛି ପାଇଲିନି କିଛି

 ଆଙ୍ଗୁଠି ମୋ ଖାଲି ପରା

ଶାଶୁଙ୍କର ଚେନ ବନ୍ଦାଣ ଥାଳିଟା

 ସବୁ କିଛି ଫାଙ୍କା ପରା ।


ବ୍ରାହ୍ମଣଟା ଖୁସି ଗୁନ୍ଦୁରାଇ ଦେଲେ

 କେହି କେବେ ଜାଣିବେନି

ଦଶଟା ମନ୍ତ୍ରରେ ପାଞ୍ଚଟା ପଢିଲେ

 ଟଙ୍କାତକ ନେବି ଛାଣି ।


କନ୍ୟାପିତା ଖୁସି ଖରଚ ହେଲାନି

 ରହିଲା ଟଙ୍କା ବ୍ୟାଙ୍କରେ

ବରପିତା ଖୁସି ରିସେପସନରୁ

 ତ୍ରାହି ମିଳିଲା ସତରେ ।


ସଭିଏଁ ଖୁସିରେ ମଜ୍ଜୁଥିଲା ବେଳେ

 ଭୋଜି ଖାଇବାକୁ ମସ୍ତ

ଆଉଟୁ ପାଉଟୁ ଦୁଃଖର କୋହରେ

 ପେଟେ ମାରୁଥାଏ ହାତ।


ଭରଚୁଆଲର ଜମାନା ଏହିରେ

 ଘରେଘରେ ସବୁ କାମ

କଥାରେ କଥାରେ ଘଟିଯାଏ ପରା

 କରୋନାର କୀର୍ତ୍ତିମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy