STORYMIRROR

Tilottama Prusty

Comedy Drama

3  

Tilottama Prusty

Comedy Drama

ଅତିଥି

ଅତିଥି

1 min
343

ବୋହୂ ପାଖେ ଆଜି ଶାଶୁ ଯେ ଅତିଥି

              ନାହିଁ ମୋର କିଛି ସ୍ବାଧୀନତା

ବୋହୂ କଥାରେ ମୁଁ ଉଠ୍ ବସ୍ ହୁଏ

               ଅନ୍ତରେ ପାଉଛି କେତେ ବ୍ୟଥା ।

କେତେ ସ୍ଵପ୍ନ ଦେଖି ବୋହୁ ଆଣି ଥିଲି

                ସାରିଦେଲା ସବୁ ଯଉତୁକ

ଅନୁତାପ ମୁଁହି କରୁଅଛି ଆଜି

              ନିଜକୁ ଦେଉଛି ଶତଧିକ ।

କାର୍,ଏସି,ଫ୍ରିଜ୍ ଯୈାତୁକ କଲି ମୁଁ

                ବେବହର ପାଇଁ ମୋତେ ମନା

ଚୋର ମା' ପରି ଲୁଚିକି କାନ୍ଦୁଛି

           ଗର୍ବ ମୋର ଏବେ ସଵୁଚୁନା।

ପୁଅ ମୋର ତାର କଥରେ ଚାଲୁଛି

           କହେ ସବୁ ଦୋଷ ଅଟେ ତୋର

ଡିମାଣ୍ଡ ମାଗିବା ପୁର୍ବରୁ ବୋଉତୁ

            ଭାବି ପାରିଲୁନି ଯମା ଗୋଟେ ଥର।

ପାଠପଢା ଟଙ୍କା ଗଣି ତୁ ଆଣିଲୁ

             ପଶ୍ଚାତାପ କଲେ ହେବ କିସ

ଜାଣି ଶୁଣି ଆଜି ମୋ ମୁଁହରୁ ବୋଉ

              ଛଡ଼ଇ ନେଲୁତୁ ସବୁ ହସ ।

ଗୁମରି ଗୁମୁରି କାନ୍ଦୁଛି ମୁଁ ଆଜି

              କହିବି ମୁ ଅବା କାହା ଆଗରେ

ଗାଁ ଛାଡି ଯାଇ ସହରେ ରୁହନ୍ତି

              ବାହାଘର ଠାରୁ ସେହି ରାଗରେ ।

ତା ପାଖୁ ଗଲେ ମୁଁ ଦି ଦିନ କୁଣିଆ

              ରହିବାକୁ ସିଏ କୁହନ୍ତିନି

ଗାଁ ଘରକୁ ଯେ ଭୁଲି ସେ ଗଲେଣି

               ଭଲ ମନ୍ଦ ଦିନେ ଆସନ୍ତିନି।

ହାତ ଯୋଡି ଅନୁରୋଧ କରୁଅଛି

                 ସମାଜେ ରହିଛ ଯତେ ଶଶୁ

ଯୈାତୁକ ଉପରେ ଲୋଭ କରି ତୁମେ

               ଖୁସି ଛଡାଅନି ନିଜ ପାଶୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy