Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Comedy Classics

4.0  

Kali Kumar

Comedy Classics

ବୁଝିବା କଥା କିଛି

ବୁଝିବା କଥା କିଛି

1 min
296


ପଣ୍ଡାଙ୍କ ଧଣ୍ଡା

ଗୁଣ୍ଡାଙ୍କ ଖଣ୍ଡା

ନେତାଙ୍କ ନୀତି

ଯୁବାଙ୍କ ପ୍ରୀତି ଆଉ ଶୀତୁଆ ରାତି ।


ଏସବୁ ଦିହ ପାଇଁ ବଡ଼ ବିପଦଜନକ,

କେତେବେଳେ କିଏ

କେମିତି ଲୁଟିବେ

ତିଳେ ପଡ଼ିବନି ଭନକ ।


ସରକାରିଆ ଡାଇଭର ସିଟ୍ ବେଲଟ୍ ନାହିଁ ତା'ର

ଆଉ ଯେତେ ଜନତା ନାରୀ ନର,

ତାଙ୍କୁ ହିଁ ସର୍ବଦା ମାର୍ ଧର ।


ସରକାରେ ଅଛି ନବୀନ

ନୀତି ଯେ ବଦଳେ ଘନଘନ

ଯେତେକ ତାଙ୍କ ଚେଡ଼ିଚାମୁଣ୍ଡି ଗଣ,

ସବୁତ ଅଟନ୍ତି ସୈତାନ ।


ପୂର୍ବେ ବେପାରୀ କରୁଥିଲା ବେପାର

ଶିକ୍ଷା ସ୍ୱାସ୍ଥ୍ୟ ଦେଉଥିଲା ସରକାର

ନୀତି ଏବେ ଗଲା ଟିକେ ବଦଳି,

ରଙ୍ଗ ଯେ ତାଙ୍କ ଭଳି ଭଳି ।


ଏବେ ଶିକ୍ଷା ସ୍ୱାସ୍ଥ୍ୟ ଦେଉଛି ବେପାରୀ

ମଦଟା ହେଲାଣି ସର୍କାରୀ

ବିଭାଗ ଅଟେ ଯେ ଅବକାରୀ,

ତେଣୁ ସୁରାଟା କେମିତି ନ ହେବବା ସର୍କାରୀ ।


ମଦ ପାଇଁ ଏଠି ପୁରସ୍କାର , ପ୍ରଚାର ଚାଲିଛି ଜୋରଦାର

ତେଣେ ସହରେ ବୁଲେ ମଦୁଆଧରା ଗାଡ଼ି

ବୋଧେ ସର୍କାରୀ ମୁଣ୍ଡଟା ଗଲାଣି ଏବେ ବିଗିଡ଼ି ।


ଗୋଟାଏ କାମକୁ ଦି' ଟା ନୀତି

ଠିକ୍ ନାହିଁ ସରକାରଙ୍କ ମତିଗତି

ବିରୋଧୀ ଦଳର କୂଟନୀତି,

ସର୍କାରୀ କଳକୁ ନାହିଁ ତିଳେ ଭୀତି ।


ବିରୋଧୀ ନେତା ଦୁର୍ବଳ

ପାର୍ଟିର ନାହିଁ ଥଳ କୂଳ

ସ୍ଥିତି ତାଙ୍କ ଏବେ, ପରିତ୍ୟକ୍ତା ପୋଖରୀର ନେଳୀ ଜଳ

ସାଙ୍ଗକୁ ପୁଣି ଚିଙ୍ଗୁଡ଼ିଆ ଦଳ ମାଳମାଳ ।


ଏକଚାଟିଆ ରାଜନୀତି,

କେଉଁଠୁ ଆସିବ ପ୍ରଗତି

ଯେତେ ସବୁ ନୂଆ ଯୋଜନା,

ନେତାଙ୍କ ପାଇଁ ଟଙ୍କା ବିଛଣା ।


Rate this content
Log in

Similar oriya poem from Comedy