ଅବୁଝା ସତ୍ୟରୁ ଗୋଟିଏ
ଅବୁଝା ସତ୍ୟରୁ ଗୋଟିଏ
ସେଦିନର ସେଇ ଝିଅ ଟି
ଓଢଣା ଭିତରେ ଲୁଚାଉ ଥିଲା ଯାର ମୁଁହଟି l
ଚୁପି ଚୁପି କଥା କହୁଥିଲାଟି
ସମସ୍ତଙ୍କୁ କେତେ ଡରି ଡରିକି l
ସମୟର ଆବର୍ତ୍ତମାନରେ
ବଦଳି ଗଲା ବହୁତ କିଛି l
ଆଜି ପୁଣି ସେଇ ଝିଅଟି
ସଭା ସମିତିରେ ଭାଷଣ ଦଉଅଛି l
ନଡରି କାହାକୁ ଟିକେବି
ଦୂରେଇ ସବୁ ସମସ୍ୟାକୁ l
ବଦଳୁ ଥିବା ଯୁଗ ସଙ୍ଗରେ
ଉଡିଗଲା ବହୁ ଦୂରକୁ l
ହେଲେ କାହାର କଣ ଗଲାଟି
କାହିଁ ବଢାଅ ଏତେ ଉତ୍ସୁକତାକୁ l
ତାକୁ ଏତେ ବର୍ଣନା କରି
କଲମ କାଗଜେ ଲେଖିବାକୁ l
ତାର ଯାହା ଇଚ୍ଛା ତାହା କଲା ଟି
ଏତେ ଆଲୋଚନା କରିବାର କଣ ଅଛିଟି l
ସେ ଯୁଗ ଏ ଯୁଗ ସଙ୍ଗେ ତୁଳନା କରି
ସମୟ କାହିଁକି ସାରୁଛନ୍ତି କେଜାଣି l
ଶଦ୍ଦରେ ଶଦ୍ଦର କାହିଁକି ଏ ଯୁଦ୍ଧ
ଭୁଲ ଠିକ୍ ବାଛି କର ସମୟ ଅପଚୟ l
ଯେତେବେଳେ ତାର ଯାହା ଇଚ୍ଛାହେଲା
ତା ହାତରେ ଥାଉ ତାର ଜୟ ପରାଜୟ l
ସମସ୍ତଙ୍କ ଅଛି ସମାନ ଅଧିକାର ବଞ୍ଚିବାରେ
ଠିଆ ହୁଅ ନାହିଁ କାର ବାଟ ଓଗାଳି l
ତା ଖୁସିରେ ତାକୁ ବଞ୍ଚିବାକୁ ଦିଆ ଯାଉ
ତାର ରାସ୍ତାରେ ଗାତ ନଖୋଳି l