STORYMIRROR

shmitaa mohanty

Comedy

3  

shmitaa mohanty

Comedy

ରସଗୋଲା ଉପାଖ୍ୟାନ

ରସଗୋଲା ଉପାଖ୍ୟାନ

1 min
282

ରସଗୋଲା ବଡ ଝମେଲା

ଖାଇଲେ ତାକୁ ହାତୁ ଛାଡେନା

ଗୁଲୁଗୁଲା ପୁରା ଶୁଖିଲା

ନରମ ସେତ ଅଠା ଲାଗେନା

ବରା କହିଲା ଘୁଘୁନିକୁ

ଚାଲ ଯିବା ଟିକେ ବୁଲି

ଚଟଣି ଡାକିଲା ଶୁଣ ହେ ମୋ ପ୍ରିୟ ଇଟିଲି

ମୁନ୍ ରାତିରେ ଖାଇବା ହନି

ଲାଗିଲେ ଶୋଷ ପିଇବା ପାଣି

ଦିନରେ ଶୋଇ ରାତିରେ ଉଠିବା

ପିଆଜି କହେ ଶୁଣ ବାଇଗଣୀ

ଇଟିଲି ଗଲା ଚଟଣି ସାଥେ

ସମ୍ଵର ରହିଲା ଏକା

ବରା ଗଲା ଘୁଘୁନି ସାଥେ

ଆଳୁଦମ ପାଇଲା ଧୋକା

ପ୍ରେମ କଲା ଖୁଲମ ଖୁଲା

ସିରାକୁ ରସଗୋଲା

ଦେଖି ଦେଖି ସେ ଶୁଖି ଗଲା

ଉଧେଇଲାନି ସେ ଗୁଲୁଗୁଲା

ଗୁଲୁଗୁଲା ବଡ ଚଗଲା

ହାତେ ଧରିଲେ ନରମି ଗଲା

ସଭିଙ୍କ ପ୍ରେମରେ ଘାଇଲା ପକଡି

ସନ୍ୟାସୀ ହୋଇ ଚାଲିଗଲା

ନିଜ ମନକୁ ମାରି ଶୁକୁଟି ଗଲା

ନ ମିଳିଲେ କେହି ସାଥି ହେବା ପାଇଁ

ମଣିଷ ଭଳିଆ ସଭିଏଁ ବାଇଆ ପ୍ରେମ ପାଇଁ

ଆମ ଭାବନାକୁ ବୁଝନ୍ତି ସଭିଏଁ

ନ ବୁଝନ୍ତି ତାଙ୍କୁ କେହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy