STORYMIRROR

Tilottama Prusty

Comedy

3  

Tilottama Prusty

Comedy

ବୁଢ଼ାର ବେସନର ନିଶା

ବୁଢ଼ାର ବେସନର ନିଶା

1 min
454

ବୁଢ଼ା ବୁଢ଼ୀ ଦୁହେଁ ଥାଆନ୍ତି ରହି

         ପୁଅ ଝିଅ ନାତି କେହି ତ ନାହିଁ।

ଭାରି ମଜାରେ ତ ଥାଆନ୍ତି ନିତି

            ବୁଢ଼ା କହେ ବୁଢ଼ୀ ତୁ ମୋ ସାବିତ୍ରୀ।

ବୁଢ଼ୀ କହେ ସତ୍ୟବାନଟି ମୋର

         ତୋ ବିନା ମୋତେଟି ଦିଶେ ଅନ୍ଧାର।

ବୁଢ଼ା ବୁଢ଼ୀ ଦୁହେଁ ଦୋକାନ କରି

          ଭାରି ଆରାମରେ ଯାଆନ୍ତି ଚଳି।

କଟକ ଯାଏ ସେ ପ୍ରତି ମାସରେ

        ମାଲ୍ ଧରି ବୁଢ଼ା ଝଅଟ ଫେରେ।

ବୁଢ଼ା ବସି ଦିନେ ଭାବିଲା ମନେ

        ପଇସା ସଞ୍ଚିବି କେଉଁ କାରଣେ ?

ପିଲା ପିଲି ଆମ କେହିତ ନାହିଁ

               ପଇସା ରଖିବି କାହାର ପାଇଁ।

ଯେତେବେଳେ ଯାହା ଚାହିଁ ତା ମନ

            ତତ୍ପର ଯାଇ ସେ କିଣେ ବହନ।

ଅନେକ ଦିନରୁ ବୁଢ଼ାର ଆଶା

          ଫେସନ୍ ଯୁଗର ଫେସନ୍ ନିଶା।

ବୁଢୀକି କହଲା କଟକ ଯାଉଛି

         ଯଲଦି ଫେରିବି ନିଶ୍ଚେ କହୁଛି।

କଟକ ଯାଇ ସେ ଗଲା ସେଲୁନ୍

          ବାଳ କାଟିଲା ସେ କଟ୍ ମିଥୁନ।

ଦାଢୀ,ନିଶ ସବୁ କାଟିଣ ଦେଲା

        ଧୋତି ବଦଳରେ ପେଣ୍ଟ ପିନ୍ଧିଲା।

ଫୁଟ୍ ଘଣ୍ଟା କିଣି ପିନ୍ଧିଲା ପୁଣି

    ଆଖିରେ ଚଷମା ଦେଲା ସେ ଆଣି।

ଏଥରକ ତାର ମନ ଉଚ୍ଛନ୍ନ

           ଘରକୁ ଫେରିଲା ସେହୁ ତତକ୍ଷଣ।

ବୁଢ଼ା ବାଟଯାକ ଭାବୁଯେ ଥାଏ

       ବୁଢ଼ୀ ଦେଖି ଖୁସି ହେବ ନିଶ୍ଚୟ।

ସନ୍ଧ୍ୟା ବୁଡି ରାତି ଆଗତ ପ୍ରାଏ

        ଠକ୍ ଠକ୍ କବାଟ ବୁଢ଼ା ବାଡାଏ

ବୁଢ଼ୀ ଖୋଲିଦେଇ , ଦେଲା ଓଢଣା

            ବୁଢ଼ା ବୋଲି ତାକୁ ନହେଲା ଜଣା

କୁଣ୍ଢେଇ କହିଲା  ହେ ମୋ ବୁଢ଼ୀ

        ଚିହ୍ନିକି ପାରୁନୁ ମୁଁ ପରା ଧଡି।

ବୁଢ଼ୀ ବିକଳରେ ଡାକ ପକାଏ

       ମୋ ଘରେ ପସିଲା ଚୋର କି କିଏ।

ବୁଢ଼ୀ ପାଟି ଶୁଣି ପଡିଶା ଆସି

            ବୁଢାକୁ ଦେଲେ ସେ ନିର୍ଦ୍ଧୁମ କସି।

ମାଡ଼ ଖାଇ ବୁଢ଼ା ପଡେ ଯେ ତଳେ

         ଚିରିଗଲା ତା'ର ସାର୍ଟରୁ ଫାଳେ।

ବୁଢୀ ଦେଖିଦେଲା ତା କଳାଜାଇ

            ପାଦ ଧରି କାନ୍ଦେ ସେ କଇଁ କଇଁ।

ବୁଢ଼ା କହେ ବୁଢ଼ୀ ତୋ ଦୋଷ ନାହିଁ

        ସବୁ ଘଟିଲା ମୋ ଫେସନ୍ ପାଇଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy