ମୋ ପ୍ରିୟା ଛନିକି
ମୋ ପ୍ରିୟା ଛନିକି
ମୋ ଛନିକି
ଭଙ୍ଗା ପନିକି
ମୋତେ ପ୍ରେମ କରୁନାହୁଁ କାହିଁକି ।
ଆଲୋ ଥୋବୁକି
ଘର ଭୁଶୁକି
ପ୍ରେମ କଣ ଜାଣିନାହୁଁ ତୁହିକି l
ସବୁ ଜାଣିଛୁ
ସବୁ ଶୁଣିଛୁ
ନ ଜାଣିଲା ପରି ଓର କାଡୁଛୁ ।
ଦେଖି ଦେଉଛୁ
ଖାଲି ହସୁଛୁ
ଓଠ ଚୁପି ଚୁପି ଚାଲି ଯାଉଛୁ l
ମୁଁ ତୋ ପାଇଁକି
ଠିକ ନୁହଁ କି
କହିଦେ ଥରେ ତୁ ମୋତେ ଚାହିଁକି ।
ରୂପ ମୋହର
ଅକ୍ଷୟ କୁମାର
ଝିଅମାନଙ୍କର ମୁଁ ଅଟେ ଭଅଁର, ।
ପ୍ରେମ ମୋହର
କୃଷ୍ଣl ବତାର
ଡରୁଛୁ କିଆଁ ଗୋରୀ ଦେ ନମ୍ବର l
ହସି ମୁରୁକି
ଆଖି ଠାରିକି
ପ୍ରେମର ସୂଚନା ବୋଧେ ଏହିକି ।

