STORYMIRROR

Shudhanshu Kumar Hota

Children Stories Comedy Children

3  

Shudhanshu Kumar Hota

Children Stories Comedy Children

ପିଜୁଳିବାରି

ପିଜୁଳିବାରି

1 min
386

ମୋ ଗାଁ ନାମ ସରଧାପୁର

 ଗାଁ ଟି ମୋହର ଭାରି ସୁନ୍ଦର 

ଗାଁ ରେ ଅଛନ୍ତି ଖଲିଆ ଅଜା 

ତାଙ୍କ ସଂଗେ କରୁ ଥଟ୍ଟା ମଜା

 ଖଲିଆ ଅଜାଙ୍କ ପିଜୁଳିବାରି 

ଭାରିିମିଠା ତାଙ୍କ ବାରି ପିଜୁଳି 

ପିଜୁଳି କେତୋଟି ଖାଇବା ପାଇଁ 

ସାଙ୍ଗ ପାଞ୍ଚ ଜଣ ଚାଲିଲୁ ଧାଇଁ 

ପହଂଚିଲୁ ଯାଇ ଅଜା ବାରିରେ 

ପିଜୁଳି ତୋଳିବା ପାଇଁ ଲୋଭରେ

 ଦୁଇ ଜଣ ଯାଇ ଗଛ ଚଢିଲେ 

ଆଉ ତିନିଜଣ ତଳେ ରହିଲେ

 ଗଛ ଖଡ଼ ଖଡ଼ ଶବଦ ଶୁଣି 

ଠେଙ୍ଗା ଧରି ଅଜା ଆସିଲା ପୁଣି 

ତଳ ତିନି ଜଣ ପଳାଇଗଲେ 

ଉପର ଦୁହେଁ ଗଛେ ରହିଲେ 

ସେଥିରୁ ଗୋଟିଏ ଥିଲା ଚଗଲା 

ମଉକା ଦେଖି ପଳେଇଗଲା 

ଅଜା ହାବୁଡ଼ରେ ଆମ ଶଙ୍କର 

ଭାବିଚିନ୍ତି ସିଏ ଦେଲା ଉତ୍ତର

ବାଦୁଡ଼ି ମାନଙ୍କୁ ତଡିବା ପାଇଁ 

ମାରୁଥିଲି ଢେଲା ଗଛକୁ ଚାହିଁ 

ଯେମିତି ଏକଥା ଅଜା ଶୁଣିଚି 

ଖୁସିରେ ଶଙ୍କର କୁ କହୁଛି 

ଶଙ୍କରଟା ମୋ ନାତି ଭଳିଆ

 ପିଜୁଳି ଯୋଡି଼ଏ ନେଇତୁ ଯାଆ 

ଶଙ୍କର ଖୁସିରେ ପିଜୁଳି ଧରି 

ଛାଡି ପଳାଇଲା ପିଜୁଳିବାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shudhanshu Kumar Hota