Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Comedy

3  

Prabhati Mahapatra

Comedy

ଟଙ୍କିକିଆ ଚାଉଳ

ଟଙ୍କିକିଆ ଚାଉଳ

1 min
191


ବୁଦ୍ଧି ବଣା କିବା ହୋଇଲା ଭାଇ

ନିତି ଟଙ୍କିକିଆ ଚାଉଳ ଖାଇ ।

କର୍ମ ନକରିିିଣ ବସ ଦୁଆରେ

ପେଟ ଫୁଲି ଯାଏ ହେଉଡି ଧରେ ।

ଅଳସୁଆ ନୀତି କରିିଲ ହାର 

ବ୍ୟାଧି କରିଲାଣି ସହଜେ ଘର ।

ତୁମେ ଯେ ଦେଶର ଭବିଷ୍ୟ ନିଧି

କିପରି ହଜିଲା ତୁୁୁମର ବୁଦ୍ଧି ।

ସରକାର ଦେଲେ ସୁବିଧା କରି

ନଚେତ୍ ତୁମେ କି ବଜାନ୍ତ ତୂୂୂରୀ ।

ପେଟ ପୋଷିବାକୁ ବେଳ ନଥାନ୍ତା

କ୍ଷୁଧା ଜଳନରେ ଜ୍ଞାନ ହଜନ୍ତା ।

ବେକାରୀ ଭତ୍ତାକୁ ଛଳେ ଲୁଟିିଲ

କର୍ମ ଦେଲା ବେଳେ କୁଆଡେ ଗଲ ।

କର୍ମ ଭୀରୁ ତୁମେ ଜାଣନ୍ତି ସର୍ବ

ତୁମକୁ ନେଇକି କରିବୁ ଗର୍ବ ?

ତୁମ ବେଳ ଯାଏ ଚା' ଦୋକାନେ

ପର ନିନ୍ଦା କର ଆନନ୍ଦ ମନେ ।

ଏମନ୍ତ କର୍ମ ଯେ କରଇ ଭାଇ

ଜୀବନେ ତାହାର ଦୁଃଖ ବଢଇ ।



Rate this content
Log in

Similar oriya poem from Comedy