Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ ଶୁଭ୍ରାଂଶୁ କୁମାର ବେହେରା

Abstract Comedy Classics

3  

ଇଂ ଶୁଭ୍ରାଂଶୁ କୁମାର ବେହେରା

Abstract Comedy Classics

" ଆହେ ସରକାର "

" ଆହେ ସରକାର "

1 min
166


ଆହେ ସରକାର ,

ପିନ୍ଧିବାକୁ ଜାମା ଦେଲ 

ପଢ଼ିବାକୁ ବହି ,

ଖାଇବାକୁ ଅଣ୍ଡା ଦେଲ 

ସର୍ବ ଶିକ୍ଷା କହି ।


ଆହେ ସରକାର ,

ଗୁରୁ ଦଣ୍ଡ ବନ୍ଦ କଲ 

ଦଣ୍ତ ମୁକ୍ତ କହି ,

ପରୀକ୍ଷା ଏ ହେଉଥିବ

ଫେଲ୍ ନୁହେଁ କେହି ।


ଆହେ ସରକାର ,

ଶିକ୍ଷା ଏକ ଅଧିକାର 

ଆଇନ ବୋଲାଇ ,

ସରକାରୀ ବିଦ୍ୟାଳୟେ

ଶିକ୍ଷକଟେ ନାହିଁ ।


ଆହେ ସରକାର ,

ବସିବାକୁ କେଉଁଠାରେ 

ଛଣ ଛାତ ନାହିଁ ,

ଭଙ୍ଗା ଗୋଡେ କଳାପଟା

ରହିଛି ଅନାଇଁ ।


ଆହେ ସରକାର ,

ଶିକ୍ଷା ହିଁ ଏ ସମାଜର

ମୂଳ ମାନଦଣ୍ଡ ,

ରାଜନୀତି ଚକ୍ରବ୍ୟୁହେ

ଦିଅ ନାହିଁ ଦଣ୍ଡ ।


ଆହେ ସରକାର ,

ଶିକ୍ଷା ହିଁ କରଇ ସଭ୍ଯ,

ଭଦ୍ର , ସତ୍ୟ ନିଷ୍ଠ ,

ଅଶିକ୍ଷା ବ୍ଯାଧିରେ ଦେଶ

ହୋଇଥାଏ ଭ୍ରଷ୍ଟ ।


ଆହେ ସରକାର ,

ଗଢ଼ିବାକୁ ଯେବେ ଚାହଁ

ବିକାଶ ଦେଶଟେ ,

ନିଃସ୍ୱାର୍ଥ ଦୃଷ୍ଟିରେ ଥରେ

ନିଅ ସଂକଳ୍ପଟେ ।


ଆହେ ସରକାର ,

କରିଦିଅ ସମାନତା 

ଶିକ୍ଷାର କ୍ଷେତ୍ରରେ ,

କାହିଁ ହୀନିମାନ କର 

ରାଜସ୍ଵ ପୁଞ୍ଜିରେ ।


   



Rate this content
Log in

Similar oriya poem from Abstract