STORYMIRROR

Sangita Mishra Satapathy

Comedy

3  

Sangita Mishra Satapathy

Comedy

ସହି ହେଉ ନାହିଁ ଆଉ

ସହି ହେଉ ନାହିଁ ଆଉ

1 min
141

ବୋଉଲୋ ବୋଉ ବୋଉ ଲୋ ବୋଉ

ଜୀବ ଛାଡିଯିବ କି ଆଉ

ସହିହେଉ ନାହିଁ ରବିଙ୍କ ଦାଉ

ବଢି ବଢି ଚାଲେ ସୂର୍ଯ୍ୟଙ୍କ ଭାଉ

ଅଗ୍ନି ବର୍ଷା ହୁଏ କି ଆଉ!

ଖରା ହୁଏ ଟାଇଁ ଟାଇଁ 

ଦେହ ହାତ ଝାଇଁ ଝାଇଁ

ଗମ ଗମ ହୋଇ 

ବହିଯାଏ ଝାଳ

ବୁଦ୍ଧିଯାଏ ବଣା ହୋଇ

ଗଛ ପକାଇଲୁ ହାଣି

ଗଢି କାରଖାନା, ଖୋଳି ଖଣି

ଗାଡି ମଟରର ଧୂଆଁ 

ଦୂଷିତ ଭୂମିରୁ ଭୂମା

ଓଜନ ସ୍ତରେର କଣା

ସବୁଜ ଘରେ ବି ପ୍ରଦୂଷିତ

ଆପଣା ହତେ ଜିଭ କାଟି 

ଆନ ପରେ ଦୋଷ ଦେଉଛୁ ଲଦି

ସୂରୁଜ ଯାଇଛି ରାଗି

ଦେଉଛି ନିଆଁ ବରଷି

ବୋଉଲୋ ବୋଉ 

ସହି ହେଉ ନାହିଁ  

ଅରୁଣ କୋପ ଆଉ

ବୋଉଲୋ ବୋଉ

ପ୍ରକୃତି ସାଧୁଛି ଦାଉ

ସହି ହେଉ ନାହିଁ ଆଉ 

କେବେ ଚେତିବା ଲୋ ଆମେ ଆଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy