Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Comedy

4.0  

Lipi Sahoo

Comedy

ଶୁଖୁଆ ହାଟ

ଶୁଖୁଆ ହାଟ

1 min
197


ତୁଣ୍ଡ ଦେଇଛନ୍ତି ଇଶ୍ୱର

ମୁଣ୍ଡ କାହିଁ ବିନ୍ଧେ ତୁମ୍ଭର 

ହେଲେ ଆମେ ହାଉ ହାଉ ।


ସ୍ୱାଧୀନ ଦେଶର ସନ୍ତାନ ଆମେ

କଥା କହିବାରେ ବାଧା ଦେବ କିଏ

ହେବୁ ଆମେ ରାଉ ରାଉ ।


ଆଜିକାଲିକା ର ପସନ୍ଦ ଜାଣିନ

ଯୁବପିଢି ଙ୍କ ମନକୁ କଳିନ

ସଦା କାନେ ତାଙ୍କ ବାଜୁଥାଏ ଢାଉଁ ଢାଉଁ ।


ସମାଜ ପାଲଟିଛି ଶୁଖୂଆ ହାଟ

ଆଖି ଥକି ଯିବ ଦେଖି ସଭିଙ୍କ ନାଟ

କୋଣେ ଅନୁକୋଣେ ଖାଲି ଖବର ହାଉଯାଉ ।


ସବୁରି ଘରେ ଗୋଟିଏ ଜଂଞ୍ଜାଳ

କଥା ପ୍ରବଳ କୁ କାମ ଦୁର୍ବଳ

ତୁଚ୍ଛା ପବନ ବୁହାନ୍ତି ସାଇଁ ସାଇଁ ।


ତିଳ କୁ ତାଳ କରିବା କାମ

ପ୍ରଚାର ପ୍ରସାର ପାଇଁ ମାଗନ୍ତି ଦାମ୍

ମସଲା ଗୋଳେଇ କଥା କୁହନ୍ତି ଟାଇଁ ଟାଇଁ ।


ତୁଣ୍ଡ ଖୋଲିଲେ ଲୋକ ହୁଅନ୍ତି ରୁଣ୍ଡ

ପେଟ ପାଇଁ ଚାଲେ ଅନେକ କାଣ୍ଡ

ଗରୀବ ବିଚରା ହୁଏ ଏଠି ହାଇଁ ପାଇଁ ।


Rate this content
Log in

Similar oriya poem from Comedy