STORYMIRROR

Chinmaya Kumar Nayak

Comedy

3  

Chinmaya Kumar Nayak

Comedy

ତୁମ ବିୟୁଟି ଯିବ ଚହଲି

ତୁମ ବିୟୁଟି ଯିବ ଚହଲି

1 min
214

ଆମ ଧୋତିକୁ ତୁମେ ପଟିଆଲା କଲ

ପାଇଜାମାକୁ କଲ ପ୍ଲାଜୋ

ଆମ ପଞ୍ଜାବୀକୁ କଲ ଚୁଡ଼ିଦାର ପୁଣି

ବୟ କଟ କରି ହୁଅ ସଜ

ତୁମ ପାଇଁ ଦୋଳ ରଜ

ଆମ ପାଇଁ କେଉଁ ବା ରଖିଛ ପରବ 

ତୁମ ପାଇଁ ଯେତେ ସାଜ।


ଆମ ହାଫ ପ୍ୟାଣ୍ଟ ତୁମେ ପିନ୍ଧିଲଣି ନେଇ

ଆମ ଫୁଲ ସାର୍ଟ ପ୍ୟାଣ୍ଟ ପୁଣି ପିନ୍ଧ

ଆମ ଭଳି ଏବେ ଜୋତା ପିନ୍ଧିଲଣି

ଆମ ଫଟା ଜିନ୍ସ ବି ପିନ୍ଧ

କାହାକୁ ବା କହିବା ମନ୍ଦ,

ଆମ ପରି ତୁମେ ଢିଲା ଗଞ୍ଜି ପିନ୍ଧି

ଯେତେ ଟୋକାଙ୍କୁ ଫାଶରେ ଫାନ୍ଦ।


କେତେ ଆଉ ପ୍ରତିଯୋଗିତା କରିବ

ତୁମେ ଆମ ପରି ହେବ ବୋଲି,

ଆମ ନିଶ ଦାଢ଼ି ନେଇ ଦେଖ ଥରେ ଅଧେ

ତୁମ ବିୟୁଟି ଯିବ ଚହଲି

ଆଉ କରନା ଓଠକୁ ନାଲି

ରଙ୍ଗାଇ ତୁମର ନିଶ ଦାଢ଼ି ଏବେ

ଦିଶୁଥିବ ଝିଲିମିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy