ବଫେଇ ଭୁତ
ବଫେଇ ଭୁତ
କେତେ ଭଲ ଥିଲା ଗାଁ ପଙ୍ଗତ
ଲୋକଙ୍କୁ ଘାରିଲା ବଫେଇ ଭୁତ ।
ଭୋଜିରେ ଭୋଜିରେ କମ୍ପିଟେସନ
ନିମନ୍ତ୍ରଣ ଦେଖି ବଢେ ଟେନ୍ସନ ।
ଘେରା ହୋଇଥିବା ରଙ୍ଗୀନ କନା
ବସି ଖାଇବାକୁ ସେଠାରେ ମନା ।
ଆଖି ଝଲସିଆ କେତେ ଲାଇଟି
ଜଣା ପଡେନାହିଁ ଡେ ନାଇଟି ।
ଷ୍ଟାଟର ପାଖରୁ ହୁଏ ଷ୍ଟIଆଟ
ହାତ ବିନ୍ଧା ହୁଏ ବୋହି ପ୍ଲେଏଟ ।
ଥଣ୍ଡା ଗୁପୁଚୁପ ସୁଇଟି ମକା
ଚିଙ୍ଗୁଡ଼ି ପକୋଡା ପନିର ଟିକା ।
ରୁମାଲି ରୁଟିକୁ ନାନା ତିଅଣ
ଧାଡି ଧାଡି ଖଞ୍ଜା କେତେ କଅଣ ।
ସାଧା ହେଉ ଅବା ମାଉଁସ ଝ
ୋଳ
ମାଗି ମାଗି ବୁଲି ବୁହଇ ଝାଳ ।
ଆଡକୁ ସାଡକୁ କଣେଇ ଚାହିଁ
ଫାଙ୍କ ଜାଗା ଦେଖି ଯାଆନ୍ତି ଧାଇଁ ।
ଏଥିରୁ ହାପୁଳେ ସେଥିରୁ କିଛି
ଜିଭକୁ ଲଗେଇ ଦିଅନ୍ତି ପୋଛି ।
ଚିହ୍ନା ମୁହଁ ଦେଖି ହୁଅନ୍ତି ଜାକି
ମୁରୁକି ହସନ୍ତି ମୁଣ୍ଡକୁ ଟେକି ।
ଭେଜାଲ ମସଲା ଭେଜାଲ ତେଲ
ପେଟକୁ ଜହର ପାଟିକୁ ଭଲ ।
ଖାଇସାରି ପୁଣି ମଞ୍ଚକୁ ଚଢ଼
ପକେଟ ଆଡେଇ ଲଫାପା କାଢ଼ ।
ଭୁଞ୍ଜିବ ଯେତିକି ସେତିକି ଦେବ
ନହେଲେ ଇଜ୍ଜତ ତଳେ ପଡିବ ।
କୁଆଡୁ ଅଇଲା କାଳ ବଫେଇ
ପଙ୍ଗତ ସଂସ୍କୃତି କଲା ସଫେଇ ।