ପ୍ରେମ
ପ୍ରେମ
ପ୍ରେମ ମାନେନାହିଁ ଝଡ ବତାଶ
ପ୍ରେମ ମାନେନାହିଁ ମଶା ଢାଆଁସ ।
ପ୍ରେମ ମାନେନାହିଁ ସାଗର ଢେଉ
ପ୍ରେମ ମାନେନାହିଁ ବାପା କି ବୋଉ ।
ପ୍ରେମ ମାନେନାହିଁ ବୈଶାଖ ଖରା
ପ୍ରେମ ମାନେନାହିଁ ଶ୍ରାବଣ ଧାରା ।
ପ୍ରେମ ମାନେନାହିଁ ଭୋକିଲା ପେଟ
ପ୍ରେମ ମାନେନାହିଁ ସାପର ଚୋଟ ।
ପ୍ରେମ ମାନେନାହିଁ ଅନ୍ଧାର ରାତି
ପ୍ରେମ ମାନେନାହିଁ ଜାତି ଅଜାତି ।
ପ୍ରେମ ମାନେନାହିଁ ହାଡୁଆ ଶୀତ
ପ୍ରେମ ମାନେନାହିଁ ସାଙ୍ଗ କି ମିତ ।
ପ୍ରେମ ମାନେନାହିଁ ଖଦଡ ରାସ୍ତା
ପ୍ରେମ ମାନେନାହିଁ ଦାମୀ କି ଶସ୍ତା ।
ପ୍ରେମ ମାନେନାହିଁ କଣା କି କୁଜା
ପ୍ରେମ ମାନେନାହିଁ ଥାନା ର ସଜା ।
ପ୍ରେମ ମାନେନାହିଁ ଗାଁ ମଶାଣୀ
ପ୍ରେମ ମାନେନାହିଁ ଭୁତ ଢାଆଣୀ ।
ପ୍ରେମ ମାନେନାହିଁ ବଣ ଜଙ୍ଗଲ
ପ୍ରେମ ମାନେନାହିଁ କାଦୁଅ ବିଲ ।
ପ୍ରେମ ମାନେନାହିଁ ଗାଧୁଆ ତୁଠ
ପ୍ରେମ ମାନେନାହିଁ ମନ୍ଦିର ମଠ ।