ପଦଟିଏ ତୋ ନାଁରେ ପ୍ରିୟା ୪୩
ପଦଟିଏ ତୋ ନାଁରେ ପ୍ରିୟା ୪୩


ମନର ମନ୍ଦିର ଭିତରେ
ଭାବନାର ଆରତି ସଜାଡିବି
ନା, ଦେହର ଦେଉଳ କାନ୍ଥକୁ
ନିରିଖେଇ ସମ୍ମୋହିତ ହେବି ?
ମନ୍ଦିରର ଗର୍ଭଗୃହରେ ପ୍ରତିମାକୁ
ହୃଦରେ ବସାଇ ପୂଜା କରିବି
ନା, ମୁଖଶାଳାର କାରୁକାର୍ଯ୍ୟରେ
ନିତି ପ୍ରତି ଚକ୍ଷୁବିଦ୍ଧ ହେଉଥିବି ?
ମନ୍ଦିର ଭିତରେ ଜନ୍ମ ଜନ୍ମାନ୍ତର ପାଇଁ
ସୁଖର ପ୍ରାର୍ଥନା କରୁଥିବି
ନା, ନିତି ପ୍ରତି ମନ୍ଦିର ଗାତ୍ରରେ
ମରଣ ମାଗୁଥିବି ?
ଜାଣେନା, କାରଣ
ମୁଖଶାଳାରୁ ଗର୍ଭଗୃହ ଯାଏଁ
ଖାଲି ତୁମେ ହିଁ ଥାଅ ,
ମୁଁ କୋଉଠି ନ ଥାଏ ।