ଦୁଃଖ କାହା ପାଇଁ
ଦୁଃଖ କାହା ପାଇଁ
ପରିବର୍ତ୍ତନଶୀଳ ଦୁନିଆରେ
ସମସ୍ତ ସଜୀବ ବସ୍ତୁ ପରିବର୍ତ୍ତନଶୀଳ
ବଦଳିବାକୁ ଖୁବ କମ ସମୟ ଲାଗେ
କେବେଳ ମିଳିଯିବା ଅଛି ସୁଯୋଗଟିଏ
ସିଏ ଭଲ ପାଇବାର ହେଉ ବା
କାହାକୁ ଭୁଲିବାର
ଭାବିବା ଆଗରୁ ଶେଷ
ଖିଆଲି ମନରେ ଆସୁଥିବା
ଅନାଵନା ଭାବନାର
ହୃଦୟର ଉପବନେ ଉଡ଼ିବୁଲୁଥିବା
ଟିକି ପ୍ରଜାପତି ମଧ୍ୟ ବିଚରଣ କରିବା ଛାଡିଦିଏ
ନୂଆ ସାଥିଟିଏ ପାଇ !
ଅନେକ ଆସିବେ ଅନେକ ଯିବେ
ଯେ ଯାହା ବାଟରେ
ଯିବା ଆଗରୁ କେହି ଭୁଲିଯାଏ ତ
ଆଉ କେହି ଭଲପାଏ
ଯାହା ନିଜର ନୁହଁ ତାକୁ ଯେତେ ନିଜର ଭାବ
ଭାବନାର ଅଭାବ ହିଁ ଅନୁଭୂତ ହେବ !
ଭୁଲିଯିବା ବି ଭଲଗୁଣଟିଏ
ନଚେତ ଜଳି ଜାଳି ଅନେକ ମରିବେ
ନିଜେ ହିଁ ନିଜକୁ ଭଲପାଇବା ହିଁ ପ୍ରକୃତ ପ୍ରେମ
ଏଥିରେ ନା ଥାଏ କାହା ଅପେକ୍ଷା
ନା ଥାଏ କାହା ପାଇଁ ଦୁଃଖ !!

