STORYMIRROR

kahnu charan sahu

Romance

4  

kahnu charan sahu

Romance

ଦୁଃଖ କାହା ପାଇଁ

ଦୁଃଖ କାହା ପାଇଁ

1 min
164


ପରିବର୍ତ୍ତନଶୀଳ ଦୁନିଆରେ

ସମସ୍ତ ସଜୀବ ବସ୍ତୁ ପରିବର୍ତ୍ତନଶୀଳ


ବଦଳିବାକୁ ଖୁବ କମ ସମୟ ଲାଗେ

କେବେଳ ମିଳିଯିବା ଅଛି ସୁଯୋଗଟିଏ

ସିଏ ଭଲ ପାଇବାର ହେଉ ବା 

କାହାକୁ ଭୁଲିବାର 


ଭାବିବା ଆଗରୁ ଶେଷ

ଖିଆଲି ମନରେ ଆସୁଥିବା 

ଅନାଵନା ଭାବନାର

ହୃଦୟର ଉପବନେ ଉଡ଼ିବୁଲୁଥିବା

ଟିକି ପ୍ରଜାପତି ମଧ୍ୟ ବିଚରଣ କରିବା ଛାଡିଦିଏ

ନୂଆ ସାଥିଟିଏ ପାଇ !


ଅନେକ ଆସିବେ ଅନେକ ଯିବେ

ଯେ ଯାହା ବାଟରେ

ଯିବା ଆଗରୁ କେହି ଭୁଲିଯାଏ ତ

ଆଉ କେହି ଭଲପାଏ 

ଯାହା ନିଜର ନୁହଁ ତାକୁ ଯେତେ ନିଜର ଭାବ

ଭାବନାର ଅଭାବ ହିଁ ଅନୁଭୂତ ହେବ !


ଭୁଲିଯିବା ବି ଭଲଗୁଣଟିଏ

ନଚେତ ଜଳି ଜାଳି ଅନେକ ମରିବେ

ନିଜେ ହିଁ ନିଜକୁ ଭଲପାଇବା ହିଁ ପ୍ରକୃତ ପ୍ରେମ

ଏଥିରେ ନା ଥାଏ କାହା ଅପେକ୍ଷା 

ନା ଥାଏ କାହା ପାଇଁ ଦୁଃଖ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance