STORYMIRROR

Satyabati Swain

Romance

4  

Satyabati Swain

Romance

ତୁମେ କଣ ସିଏ

ତୁମେ କଣ ସିଏ

1 min
478

ତୁମେ କଣ ସିଏ

ଯିଏ ଅପେକ୍ଷା ରଖିବ

ବିନା ବିରକ୍ତିରେ

ଅଧୈର୍ଯ୍ୟ ନ ହୋଇ

ମୋର ପ୍ରତିଟି କାର୍ଯ୍ୟକୁ 

ସଫଳ ଅସଫଳତାକୁ ।


ତୁମେ କଣ ସିଏ

ଯିଏ ହାତ ପାପୁଲିରେ

ତୋଳି ନେଉଥିବ

ମୋ ଲୁହ କୋହ ମୋହ ।


ତୁମେ କଣ ସିଏ

ଯିଏ ସଜାଡି ଦେଉଥିବ

ଅସଜଡା ଜୀବନକୁ

ଖସଡ଼ା କୁ ବାଟକୁ

ପ୍ରେମର ମାଟି ପକାଇ।


ତୁମେ କଣ ସିଏ

ଯିଏ ଅପୂର୍ଣ୍ଣ ପ୍ରାପ୍ତିକୁ ମୋର

ପୂର୍ଣ୍ଣତା ଚଦର ଘୋଡେଇ

କୋଳେଇ ନେଉଥିବ

ମୋର ଯାବତୀୟ 

ଅଳିଆ 

ଗୁଣ ଅବିଗୁଣକୁ

ତାର ସଫା ହୃଦୟରେ।


ତୁମେ କଣ ସିଏ

ଯିଏ ମୋତେ ବୁଝୁଥିବ

ଶହେକୁ ଶହେ

ମୋ ମୁହଁରୁ

ଉଦାସୀ ମେଘକୁ ହଟାଇ

ବୁଣୁଥିବ ଆଶ୍ୱାସନାର ସୂର୍ଯ୍ୟା ଲୋକ

ତା ପଣତ ଆକାଶ ତଳେ ।


ତୁମେ କଣ ସିଏ

ଯିଏ ସମ୍ମାନ ଦେଉଥିବ

ଶ୍ରଦ୍ଧା ବି କରୁଥିବ

ମୋର ସମସ୍ତ ନିଷ୍ପତ୍ତି

କେବେ ବୁଝୁ ନ ଥୁବ ଭୁଲ୍

ଭାବୁଥିବ

ମୋତେ କେବଳ ମଣିଷଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance