ତୁମେ କଣ ସିଏ
ତୁମେ କଣ ସିଏ
ତୁମେ କଣ ସିଏ
ଯିଏ ଅପେକ୍ଷା ରଖିବ
ବିନା ବିରକ୍ତିରେ
ଅଧୈର୍ଯ୍ୟ ନ ହୋଇ
ମୋର ପ୍ରତିଟି କାର୍ଯ୍ୟକୁ
ସଫଳ ଅସଫଳତାକୁ ।
ତୁମେ କଣ ସିଏ
ଯିଏ ହାତ ପାପୁଲିରେ
ତୋଳି ନେଉଥିବ
ମୋ ଲୁହ କୋହ ମୋହ ।
ତୁମେ କଣ ସିଏ
ଯିଏ ସଜାଡି ଦେଉଥିବ
ଅସଜଡା ଜୀବନକୁ
ଖସଡ଼ା କୁ ବାଟକୁ
ପ୍ରେମର ମାଟି ପକାଇ।
ତୁମେ କଣ ସିଏ
ଯିଏ ଅପୂର୍ଣ୍ଣ ପ୍ରାପ୍ତିକୁ ମୋର
ପୂର୍ଣ୍ଣତା ଚଦର ଘୋଡେଇ
କୋଳେଇ ନେଉଥିବ
ମୋର ଯାବତୀୟ
ଅଳିଆ
ଗୁଣ ଅବିଗୁଣକୁ
ତାର ସଫା ହୃଦୟରେ।
ତୁମେ କଣ ସିଏ
ଯିଏ ମୋତେ ବୁଝୁଥିବ
ଶହେକୁ ଶହେ
ମୋ ମୁହଁରୁ
ଉଦାସୀ ମେଘକୁ ହଟାଇ
ବୁଣୁଥିବ ଆଶ୍ୱାସନାର ସୂର୍ଯ୍ୟା ଲୋକ
ତା ପଣତ ଆକାଶ ତଳେ ।
ତୁମେ କଣ ସିଏ
ଯିଏ ସମ୍ମାନ ଦେଉଥିବ
ଶ୍ରଦ୍ଧା ବି କରୁଥିବ
ମୋର ସମସ୍ତ ନିଷ୍ପତ୍ତି
କେବେ ବୁଝୁ ନ ଥୁବ ଭୁଲ୍
ଭାବୁଥିବ
ମୋତେ କେବଳ ମଣିଷଟିଏ ।