Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance Inspirational

4  

Jagannath Barik

Romance Inspirational

ମୋ ପ୍ରିୟା ଓଢ଼ଣା ତଳେ

ମୋ ପ୍ରିୟା ଓଢ଼ଣା ତଳେ

1 min
479


ମୋ ପ୍ରିୟା ଓଢ଼ଣା ତଳେ

ସାତ ଦରିଆର ପ୍ରେମର ଲହର ଖେଳୁଥାଏ ଅବିରଳେ |


ମୋ ପ୍ରିୟା ଓଢ଼ଣା ତଳେ

ଶତ ଫଗୁଣର ପୀରତି ଆସର ନବରଙ୍ଗେ ପ୍ରତିଫଳେ |


ମୋ ପ୍ରିୟା ଓଢ଼ଣା ତଳେ

ସ୍ଥିର ସୌଦାମିନୀ କରେ କି ବିହାର କଳା କାଦମ୍ବିନୀ କୋଳେ |


ମୋ ପ୍ରିୟା ଓଢ଼ଣା ତଳେ

କମଳିନୀ ମୁଖ କୁମୁଦିନୀ ହସ ତନୁ ମନ ହରେ ବଳେ |


ମୋ ପ୍ରିୟା ଓଢ଼ଣା ତଳେ

ସାତ ସିନ୍ଦୁକର ମାଣିକ୍ୟ ରତନ ଥୁଆ ଅତି ଗୋପନରେ |


ମୋ ପ୍ରିୟା ଓଢ଼ଣା ତଳେ

କୁଞ୍ଚିତ କବରୀ ଜିଣି ବିଭାବରି ଶୋହେ ଚୂର୍ଣ୍ଣିଳ କୁନ୍ତଳେ |


ମୋ ପ୍ରିୟା ଓଢ଼ଣା ତଳେ

ସଭିଙ୍କୁ ଦେଖଇ କଣେଇ କଣେଇ ନିଜେ ରହି ଅନ୍ତରାଳେ |


ମୋ ପ୍ରିୟା ଓଢ଼ଣା ତଳେ

ସକଳ ମହତ ଇଜତ ରକ୍ଷିତ ରସିକେ କିମିଆ କରେ |


ମୋ ପ୍ରିୟା ଓଢ଼ଣା ତଳେ

ସତୀ ସିମନ୍ତିନୀ ସଧବା ରମଣୀ ଗୌରବ ସ୍ମାରକୀ ସ୍ଫୁରେ |


ମୋ ପ୍ରିୟା ଓଢ଼ଣା ତଳେ

ପ୍ରେମର ନିଗଡ଼ ଗଠିତ ସୁଦୃଢ ଚିରସ୍ଥାୟୀ ଇହପରେ |


ମୋ ପ୍ରିୟା ଓଢ଼ଣା ତଳେ

ସାତ ଜନମର ସପନ ସାଇତା ଅନୁବନ୍ଧିତ ପ୍ରେମରେ |


ମୋ ପ୍ରିୟା ଓଢ଼ଣା ତଳେ

ବେନି ପ୍ରାଣପକ୍ଷୀ ବସାବାନ୍ଧିଛନ୍ତି ପରସ୍ପର ବିଶ୍ୱାସରେ |



Rate this content
Log in

Similar oriya poem from Romance