Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Romance

4  

Jagannath Barik

Romance

ଶୀତରେ ଶୀତରେ

ଶୀତରେ ଶୀତରେ

1 min
569


ଶୀତରେ ଶୀତରେ ମାଈ କାକରରେ

   ବିଲକାମ ସାରି ହରି

ଫେରୁଥିଲା ଘରେ  ମୁହଁ ସଞ୍ଜବେଳେ

  ଖୋଲା ଦେହେ ଥରି ଥରି |

ଯାଉ ତରତରେ  ଗାଆଁ ମୁଣ୍ଡ ଘରେ

   ଦେଖିଲା ଜଳୁଛି ନିଆଁ

ସେକି ହେବାପାଇଁ  ଭିତରକୁ ଯାଇ

   ନିଆଁ ପାଶେ ହେଲା ଠିଆ |

ଦେଖିଲା ସୁନ୍ଦରୀ ବାଳା ସୁକୁମାରୀ

   ସରଗ ରାଇଜ ପରୀ

ଘଷି ନିଆଁ କରେ  ଅତି ଯତନରେ

   ଫୁଙ୍କି ଫୁଙ୍କି ତାଉ କରି |

ହରିଆକୁ ଦେଖି  ସାରିଆ ସୁମୁଖୀ 

   ଲାଜରେ ପଳାଉ ଉଠି

ଆସି ବୁଢ଼ୀମାଆ  ଦେଖିଲା ହରିଆ

   ଥର ଥର ଥରୁଅଛି |

ଆରେ ବାପଧନ ବସରେ ଵହନ

  ନିଆଁ ପୁଅଁ ମନଭରି

ଏମିତି ଶୀତରେ ବିନା ପୋଷାକରେ

   କେଣେ ଯାଇଥିଲୁ ହରି |

ବସୁ ନିଆଁ କତି ବୁଢ଼ୀ ଦିଏ ସେକି

   ଗେଲରେ ଆଦର କରି

ଚେହେରା ବଳିଷ୍ଠ ଗଜୁରିଆ ନିଶ

  ଯବାନ ଦେଖି ସୁନ୍ଦରୀ |

ନିଜର ଚାଦର କାଢ଼ି ଖରତର

  ହରିକୁ ଦେଲା ଘୋଡ଼ାଇ

ଚାହାଁନ୍ତେ ହରିଆ ଦେଖିଲା ସାରିଆ

   ମୃଦୁ ହାସେ ଅଛି ରହି 

ଚାରି ଚକ୍ଷୁ ଯେବେ ମେଳ ହେଲା ତେବେ

   ବହିଲା ପ୍ରେମର ନଈ |

ଲଗାଲଗି ହୋଇ ବସିଗଲା ବାଳା 

  ନିଆଁ ପୁଆଁ ବାହାନାରେ

ଲୁହାକୁ ଚୁମ୍ବକ ମଣିରେ କନକ

   ଯୋଡିହେଲା ପରକାରେ |

ବୁଢୀମା ଚତୁରୀ ତୁରନ୍ତ ବାହାରି

   ଗଲା ସଉଦାର ଆଳେ

ପହିଲି ପ୍ରେମର ଅମୀୟ ପରଶ

  ଲଜ୍ଜା ଗଲା ପରପାରେ |

ପ୍ରେମ ରାଇଜର ବାହ୍ୟ ଉପଚାର 

  ସାରିଦେଲେ ପରସ୍ପରେ |

ବିଭା ହେବା ପାଇଁ ରାଜି ରୁଜା ହୋଇ

   ହରିଆ ଫେରିଲା ଘରେ

ମାସକ ଭିତରେ ବାହାଘର ହେଲା

   ସରଳ ନିରାଡ଼ମ୍ବରେ |


   



Rate this content
Log in

Similar oriya poem from Romance