STORYMIRROR

DHARITRI SAHU

Romance

4  

DHARITRI SAHU

Romance

ଶରଦ ଚାନ୍ଦ

ଶରଦ ଚାନ୍ଦ

1 min
475


ଆହା କି ସୁନ୍ଦର ଶରଦ

       ଇନ୍ଦୁ ଉଇଁ ଆସଇ,

ହୁଳ ହୁଳି ଶଦ୍ଦେ କମ୍ପଇ

       ଏହି ମରତ ଭୁଇଁ।


ସ୍ବର୍ଗର ସୁଷମା ଅଜାଡ଼ି

        ଚାନ୍ଦ ହସି କହୁଛି,

ଲାବଣ୍ୟବତୀ ଗୋ କୁମାରୀ

        ଅପଲକେ ଚାହିଁଛି।


କୁମାର ପୂର୍ଣ୍ଣିମା ଦିବସ

        ବହୁ ପ୍ରତୀକ୍ଷା ପରେ,

ବରଷକ ପରେ ଆସିଛି

        ଲାଜ କରନି ମୋରେ।


ମର୍ତ୍ତ୍ୟ ବୈକୁଣ୍ଠ ର ଲଳନା

       ମୋର ପ୍ରେୟସୀ ଶ୍ରେଷ୍ଠ 

ପ୍ରେମ ମୋ ପାଖରୁ ଆରମ୍ଭ

        ଆଉ ହୁଏ ସମାପ୍ତ।


ବନ୍ଦାପନା ତୁମ ଗ୍ରହଣ

        କରେ ହୃଦୟ ମଧ୍ୟେ,

ନିର୍ମଳ ହୃଦୟେ ଶାଶ୍ଵତ

       ପ୍ରେମ ଆଶୀଷ ବାଣ୍ଟେ।


ଅଞ୍ଜଳି ଭରା ଏ ଫୁଲର

        ବାସ୍ନା ପ୍ରିୟାକୁ ଦିଏ,

ମୋହରି ସ୍ନିଗ୍ଧତା ନେଇ ମୋ

       ପ୍ରିୟା ଖୁସିରେ ରହେ।


ଆଜି ସେ କା ଘର କନ୍ୟା ତ

       କାଲି ହୋଇବ ବୋହୁ,

ଶିତଳତା ବାଣ୍ଟି ସଂସାରେ

        ସଭିଙ୍କ ମନ ମୋହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance