STORYMIRROR

Balaji Sethi

Romance

4  

Balaji Sethi

Romance

ଜହ୍ନରେ ଲେଖିଛି ତୋହରି ନାଁ

ଜହ୍ନରେ ଲେଖିଛି ତୋହରି ନାଁ

1 min
599

ମନ ଆନମନା ମରମେ ବେଦନା

ପାଇବାକୁ ଟିକେ ତୁମରି ଛୁଆଁ

ଭଲ ପାଏ ବୋଲି ଅନ୍ତରକୁ ଖୋଲି

ହିମସ୍ନାନ ମଣେ ଜୁଇର ନିଆଁ ।


କଜଳ ନୟନୀ ସୁଢ଼ଳ ଚାହାଣି

ରେଶମୀ ସିନ୍ଥୀରେ ନାଇ ସିନ୍ଦୁର

ବାଟ ଚାଲୁଥିଲେ ହାତ ଧରି ମୋର

ଇର୍ଷାରେ ଜଳନ୍ତା ସାରା ସହର ।


ବନ୍ଦ ଲଫାପାରେ ଗୁପତ ବାରତା

ଭସା ବାଦଲକୁ କଲି ଡଗର 

ପଢ଼ି ଅଧା ବାଟେ ପ୍ରୀତି ଅଭିପ୍ରେତେ

ହେଲା ସେ ତା ପ୍ରିୟା ର ଅଭିସାର ।


କହିଥିଲି ଦିନେ ମଳୟର କାନେ

କହିବାକୁ ଯାଇ ତୁମରି ପାଶେ

ତୁମେ ଚାନ୍ଦ ମୁଁ ଚାନ୍ଦର କଳଙ୍କ

ଜ୍ୟୋସ୍ନା ବିଧଉତ ସପନ ଦେଶେ ।


ଉଦାସିଆ ପଣ ଠଉରାଇ ଫୁଲ

ଦିନେ ଆସି କହେ ପାଖରେ ସିଏ

ଯାହା ସ୍ମୃତି ଧରି ଝୁରୁଅଛ ଆଜି

ତା ଠାରୁ ଅଧିକ ମୁଁ ଭଲପାଏ ।


ଭଲ ଲାଗେ ନାହିଁ ତୁମ ବିନା କିଛି

ତୁମ କଥା ବସି ଭାବେ ମୁଁ ବେଶି

କହି ଦିଅ ଥରେ ଭଲ ପାଅ ବୋଲି

ସନ୍ତପ୍ତ ହୃଦୟେ ପ୍ରୀତି ବରଷି ।


ସପନ ନାୟିକା ହୃଦୟ ଝରକା 

ଫାଙ୍କରୁ ଅଳପ କଣେଇ ଚାହାଁ

କଳ୍ପନା ତଟରେ ସୃଜନୀର ଧାରେ

ଜହ୍ନରେ ଲେଖିଛି ତୁମରି ନାଁ  ।


Rate this content
Log in

Similar oriya poem from Romance