STORYMIRROR

Balaji Sethi

Inspirational

4  

Balaji Sethi

Inspirational

ବୁଝାମଣା

ବୁଝାମଣା

1 min
339


ବେହିସାବି ପ୍ରତିଶ୍ରୁତିର 

ବରଫ ଚଟାଣ ଉପରେ

ଅଙ୍କୁରିତ ସମ୍ପର୍କର ବୀଜ 

ନିଷ୍ପ୍ରାଣ ହେବା ଆଗରୁ

ତରଳି ଯାଉ କାଣିଚାଏ

ମାନ, ଅଭିମାନ !

ଅବିଶ୍ୱାସ ଅନ୍ଧବିଶ୍ୱାସର ଗରଳ,

ପରଳ ପରି ମାଡିଯିବା ଆଗରୁ

ସରଳ ହୋଇଯାଉ 

ତ୍ରିଶଙ୍କୁର ଶଙ୍କିତ ଗର୍ଭରେ,

ବୋହି ଯାଉ କିଛି 

ତତଲା ଲୁହର ଅବ୍ୟକ୍ତ ଆଭା

ବାହାରି ଯାଉ କିଛି 

ଦଦରା କୋହର 

ଶୀତଳ ଲାର୍ଭା

ଯନ୍ତ୍ରଣା କିଛି ସହିଯାଉ 

ରକ୍ତ, ମାଂସ, ଅସ୍ତିର 

ଶୀର୍ଣ୍ଣ ପ୍ରାଣ ଯନ୍ତ୍ର,

ଅହମିକାର ଉତ୍ତରୀୟ ଉତାରି

ନଗ୍ନ ହେଇଯାଉ 

ସ୍ୱାର୍ଥ ମାନସାଙ୍କ,

ଅସଂଖ୍ୟ ଅସମାହିତ

ଅଡ଼ୁଆ ପ୍ରଶ୍ନର ଉତ୍ତର ପାଇଁ

ସଂକଳ୍ପିତ ହେବାର

ଶ୍ରେୟସ୍କର ପନ୍ଥା 

କେବଳ "ବୁଝାମଣା",

ଅଭିନୟର ଦୃଶ୍ୟାନ୍ତର ଅନ୍ତରାଳେ

ଆଞ୍ଜୁଳାଏ ପୃଥିବୀ ତ

ଆଶା ଆସକ୍ତିର ପ୍ରେରଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational