Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaji Sethi

Romance

4.0  

Balaji Sethi

Romance

ଛଦ୍ମ ଶିଳାର ଛବି

ଛଦ୍ମ ଶିଳାର ଛବି

1 min
297


  

ଆଖି ତୁମେ

ସେ ଆଖିର ଧାରେ ଲୁହ ମୁଁ !

ଓଠ ତୁମେ

ସେ ଓଠର ଅକୁହା କଥା ମୁଁ !

ହୃଦୟ ତୁମେ

ସେ ହୃଦୟର ସ୍ପନ୍ଦନ ମୁଁ !

ମନ ତୁମେ

ସେ ମନର ସ୍ତିମିତ ଇଚ୍ଛା ମୁଁ !

ଦେହ ତୁମେ

ସେ ଦେହର ଅସ୍ପୃଶ୍ୟ ଛାଇ ମୁଁ !

ସଜଫୁଟା ସେଇ ଫୁଲ ତୁମେ

ସେ ଫୁଲର ମନ୍ତ୍ରିତ ମହକ ମୁଁ !,

ନିବିଷ୍ଟ ନିରବ ପ୍ରେମ ତୁମେ

ସେ ପ୍ରେମର ଶୀତଳ ସ୍ପର୍ଶ ମୁଁ !

ମଧୁର ମୂର୍ଚ୍ଚନାର ଗୀତ ତୁମେ

ସେ ମୂର୍ଚ୍ଛନାର ମୂର୍ଛିତ ସ୍ୱର ମୁଁ !,

ଝରଣାର ମିଠା ଝର ତୁମେ

ସେ ଝରଣାର ମୃଗତୃଷ୍ଣା ମୁଁ !

ପ୍ରୀତି ମନ୍ଦିରର ଗର୍ଭଗୃହ ତୁମେ

ସେ ଗର୍ଭଗୃହର ମୂର୍ତ୍ତିମନ୍ତ ପ୍ରତୀକ ମୁଁ !

ଶୀତ ରାତିର ଉଷୁମ୍ ନିଦ ତୁମେ

ସେ ନିଦର ସୁଖ ସ୍ବପ୍ନ ମୁଁ !

ତୁମେ ଶତାବ୍ଦୀ ସୂର୍ଯ୍ୟର ଶିଳାଲେଖ

ମୁଁ ଧଉଳି ଧୂଳିର ଦେହ ଭୋକ !

ତମେ ଏମିତି ଚୁଲବୁଲି ନାୟିକା

ମୋ ଜୀବନ ଗ୍ରନ୍ଥର ଗୀତିକା !

ତୁମେ "ଛଦ୍ମ ଶିଳାର ଛବି"

ମୁଁ ଶବ୍ଦ ତୁଳୀର ଶିଳ୍ପୀ !



Rate this content
Log in

Similar oriya poem from Romance