STORYMIRROR

Balaji Sethi

Romance

4  

Balaji Sethi

Romance

ଶୀତରାତି

ଶୀତରାତି

1 min
280


ତୁମ ବିନା କାଲି ଶୂନ୍ୟ ଶୂନ୍ୟ ଖାଲି

ହୃଦୟ ଅଗଣା ଦ୍ୱାର

ନଦେଖି ମୁହୂର୍ତ୍ତେ ଭିଜୁଥିଲା ମନ

ଓଠ ଛୁଇଁ ଲୁହଧାର ।।


ମିଳନର ଫୁଲ ବିରହର ଝୁଲ

ପ୍ରେମୀ ସିନା ପାରେ ଦେଖି

ନିର୍ଦ୍ଦୟ ଶୀତର ଯାଏଆସେ କେତେ

କା ପ୍ରେମ ହୋଇଲେ ଦୁଃଖୀ ।।


କହି ଦିଅ ଥରେ ମୋ କାନରେ ଧୀରେ

ଦୂରେ ଥାଇ କାଲି ରାତି

ପାରିଲ କି ତୁମେ ଅନୁଭବ କରି

ମୋହର ଅନୁପସ୍ଥିତି ।?।


ଘନ ଅନ୍ଧକାରେ ଶୁଭୁଥିଲା ମୋତେ

(ତୁମ)ଚୁଡି ଓ ପାଉଁଝି ଶବ୍ଦ 

ପ୍ରଳୟ କ୍ରାନ୍ତୀର ପ୍ରଲୁବ୍ଧ ପ୍ରାଚୀରେ

ପ୍ରଣୟ କାନନ ଦଗ୍ଧ ।।


ଝରାଫୁଲ ଦୁଃଖେ ଝାଉଁଳି ଶୋଇଛି

ଚେତା ଶୂନ୍ୟ ଚଟାଣରେ

କୁଆଁତାରା ଲୁଚି ଟାହୁଲି କରୁଛି

ଚୂନ ଦେଇ କଟା ଘା'ରେ ।।


ଶୀତ ଠାରୁ ତୁମ ବିରହ ରାଗିଣୀ

ଥରାଉଥିଲା ମୋ ଛାତି

ଭଙ୍ଗୀଳ ସ୍ୱପ୍ନର ଆୟୁଷ ଛଡାଇ

ବଢ଼ୁଥିଲା "ଶୀତରାତି" ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance