Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaji Sethi

Romance

4.5  

Balaji Sethi

Romance

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
307


ସବୁ ସମ୍ପର୍କର    ଉର୍ଦ୍ଧ୍ବରେ ତୁମକୁ

   ଦେଇଛି ସ୍ୱତନ୍ତ୍ର ସ୍ଥାନ

ପ୍ରୀତି ଜାହ୍ନବୀର ପାବନୀ ଗୋ ତୁମେ

   ମୋ ଭାଗ୍ୟ ଆକାଶ ଜହ୍ନ ।


ସୁନ୍ଦର ତୁମର    ମନ ପୁଷ୍ପ କଢ଼

    ମହକେ ଭାବର ବାସ

ଶୂନ୍ୟ ଛାୟାପଥେ ମୁରୁଜ ବିଛାଇ

     ହୃଦୟକୁ କଲ ବଶ ।


ଶିଖାଇଲ ନୂଆଁ  ବଞ୍ଚିବାର ରାହା

    ମରୁ ନିର୍ଝରିଣୀ ସାଜି

ନିସଙ୍ଗ ଜୀବନେ ନୀରବତା ଭାଙ୍ଗି

   ପ୍ରୀତିଫୁଲ ଦେଲ ଖଞ୍ଜି ।


ମଧୁ ବସନ୍ତର  ମଳୟ ମୋଦକ

    ପରଷିଲ ତୁମେ ଆଣି

ପ୍ରୀତି ଫଗୁଣର  ମଧୁର ପୁଲକ

    ଆଗରୁ ନଥିଲି ଜାଣି ।


ଦାମୀ ଉପହାରେ ତଉଲି ପାରୁନି

    ତୁମ ପ୍ରେମ ସଜଫୁଲ

ସୌଦାଗର ସାଜି କିଣି ପାରିବିନି

   ପ୍ରେମ ଯେ ଅମୂଲ ମୂଲ ।


ସପ୍ତାହେ କି ବର୍ଷେ ସମୟ ପାତ୍ରରେ

   ସରିବନି ମୋର ପ୍ରେମ

ପାଇବାକୁ ତୁମ   ପ୍ରୀତି ମୁକ୍ତାହାର

    ବାରମ୍ବାର ନେବି ଜନ୍ମ ।


ମିଠା ସମ୍ଭାଷଣେ  ଆସ୍ଲେଶ ବନ୍ଧନେ

   ରଖିବି ଆବଦ୍ଧ କରି

ହୃଦୟ ନୀଳୟେ   ରଖିବି ସାଇତି

  ହେବନାହିଁ କେବେ ଚୋରି ।


ଶାଶ୍ୱତ ପ୍ରେମର   ପୂଜା କରୁଥିବି

  ତ୍ୟାଗ ସମର୍ପଣ ଥୋଇ

ଦେହ ଦାହ ଉର୍ଦ୍ଧ୍ବେ ମୋ ପ୍ରେମ ରହିବ

   ଚୀର ଅମଳିନ ହୋଇ ।


Rate this content
Log in

Similar oriya poem from Romance