STORYMIRROR

Balaji Sethi

Romance

4  

Balaji Sethi

Romance

ତୁମେ ଭାରି ମନେ ପଡ଼

ତୁମେ ଭାରି ମନେ ପଡ଼

1 min
378


ମନେ ପଡ଼ ତୁମେ 

ଭାରି ମନେ ପଡ଼

ଫଗୁଣର ରଙ୍ଗ ଦୋଳିରେ

ବଉଳର ଆଦ୍ର ସୁଗନ୍ଧରେ

ପଳାଶର ରକ୍ତ ପାଖୁଡ଼ାରେ

ପ୍ରଜାପତି ଉଡନ୍ତା ଡେଣାରେ

ଭଅଁରର ମଧୁ ଗୁଞ୍ଜନରେ ।।


ମନେ ପଡ଼ ତୁମେ

ଭାରି ମନେ ପଡ଼  

ସକାଳର ଶିଶିର ବିନ୍ଦୁରେ

ମଧ୍ୟାହ୍ନର ଉତ୍ତପ୍ତ ମନରେ

ଗୋଧୂଳିର ବିଶ୍ରାନ୍ତ କୁଞ୍ଜରେ

ପ୍ରତିକ୍ଷୀତ ବାସର ଲଗ୍ନରେ

ନିଦମଳା ପାହାନ୍ତି ସ୍ୱପ୍ନରେ ।।


ମନେ ପଡ଼ ତୁମେ

ଭାରି ମନେ ପଡ଼

ଏକାକିତ୍ୱ ନିରୋଳା ମୁହୂର୍ତ୍ତରେ

କବିତାର ପ୍ରତ୍ୟେକ ପଂକ୍ତିରେ

ସ୍ମୃତିଝରା ପ୍ରଣୟ ପୁଲକରେ

ଆବେଗର ପତଳା ସ୍ପର୍ଶରେ

ଆନମନା ସୂକ୍ଷ୍ମ ଭାବନାରେ ।।


ମନେ ପଡ଼ ତୁମେ

ଭାରି ମନେ ପଡ଼

ମଳୟର ନଗ୍ନ ତୂଳିକାରେ

ଅବିରର ମଗ୍ନ ଧୂଳିକାରେ

ଚନ୍ଦ୍ରମାର ମୁଗ୍ଧ ଆଲୁଅରେ

ଜୋଛନାର ସ୍ନିଗ୍ଧ କଣିକାରେ

କୋଇଲିର କୁହୁକ ମନ୍ତ୍ରରେ ।।


ମନେ ପଡ଼ ତୁମେ

ଭାରି ମନେ ପଡ଼

ବହଳିଆ ନିଦର ଚଟାଣରେ

ଗହଳିଆ ସ୍ୱପ୍ନର ଜଉଘରେ

ସେଫାଳିର ମିଠା ସ୍ପନ୍ଦନରେ

ଶିଉଳିର ଶେଷ କ୍ରନ୍ଦନରେ

ଅଙ୍କୁରର ଆଦ୍ୟ ପଲ୍ଲବରେ

ମନେ ପଡ଼ ତୁମେ

ଭାରି ମନେ ପଡ଼ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance