Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance

4  

Satyabati Swain

Romance

ମଥା ତୁମ ଖୋଜିଲାଣି

ମଥା ତୁମ ଖୋଜିଲାଣି

1 min
417


ମଥା ତୁମ ଖୋଜିଲାଣି 

ନାଲି ନାଲି

ମଙ୍ଗଳ ସୂତ୍ର ସାଥେ ଚୁଡ଼ି

ନାଲି ନାଲି ।


ମନ ତୁମ ଖୋଜିଲାଣି ଅନ୍ଧାର

କିଟି ମିଟି

ସପନରେ ଭରା ଆଖି ଦୁଇ ତୁମ

ମିଟି ମିଟି ।


ବୟସର ଉଛୁଳା ନଈ ଯାଉଛି

କୂଳ ଲଙ୍ଘି

ବୁଡ଼ାଇବ ବୁଡ଼ିଯିବ ସତେ ଅବା

ବନ୍ଧ ଭାଙ୍ଗି ।


ଅଧିରରେ ଫଜିଲାମୀ କରୁଛି

ଓଠ ତୁମ

ସତେକି କାହାକୁ ଡାକି କୁହେ

ଚୁମ ଚୁମ ।


ଛାତି ତଳ ଶିହରଣ କହୁ ଅଛି

କିଛି କିଛି

କିଛି ବୁଝା ପଡୁଅଛି ଅବୁଝା

ଅଛି କିଛି ।


ବର୍ଷାର ଗୀତି ଜହ୍ନ ରାତି ଲାଗେ

ମିଠା ମିଠା

ବୟସର ମହାବଳ ବାଘ ଗିଳେ

ଗୋଟା ଗୋଟା ।


ସବୁରି ଜୀବନେ ଆସେ ଏମିତି

କିଛି ପୃଷ୍ଠା

କିଛି ଖୋଲା କିଛି ଗୋପନ

ମନ କଥା ।


Rate this content
Log in

Similar oriya poem from Romance