Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational

4  

Bharatabandhu Biswal

Romance Inspirational

ଭୁଲି ନାହିଁ ଭୁଲିବିନି ପ୍ରିୟା

ଭୁଲି ନାହିଁ ଭୁଲିବିନି ପ୍ରିୟା

1 min
514


ତୁମେ ମୋ ମଧୁର ଜୀବନର ସ୍ୱପ୍ନ

  ଭୁଲି ନାହିଁ ଭୁଲିବିନି

ତୁମ ମନେ ଦୁଖଃ କିବା ମନସ୍ତାପ

  ଅସହ୍ୟ ଭଲ ଲାଗେନି ।


ଦେଇଥିଲି କଥା  ପ୍ରିୟା ଗୋ ତୁମକୁ

  କଥା ମୋ ରଖି ପାରୁନି

ରଜ ସାବିତ୍ରୀକୁ  ତୁମ ଖୁସି ପାଇଁ

   ଏଥର ଯାଇ ପାରୁନି ।


ରଖିଥିଲି କିଣି  ତୁମ ପାଇଁ ଶାଢ଼ୀ

  ନାଲି ନାଲି ଶଙ୍ଖା ଚୁଡି

ପିଲାଙ୍କ ମାପର ନୂତନ ପୋଷାକ

  ନୂଆ ଖାତା ବହି ଘଡି ।


ସୁଆଦିଆ ଖଜା  ଲଡୁ ଓ ମିଠେଇ

   କରିଥିଲି ବି ବରାଦ

ପଣ୍ଡ ହୋଇଗଲା  ସମସ୍ତ ପ୍ରସ୍ତୁତି

  ଛୁଟି ହୋଇଗଲା ରଦ୍ଦ ।


ଡାକରା ପାଇ  ମୁଁ ଯାଉଛି ତୁରନ୍ତ

   ସୀମାନ୍ତ ଅରୁଣାଚଳ

ଯେଉଁଠି ଚାଇନା ଆସୁଅଛି ମାଡି

  ଧରି ଖଳ ସୈନ୍ୟ ବଳ ।


ଆମ ଭାରତର  ପୂରୁବ ପ୍ରଦେଶ

  ହୁଏ ଯହିଁ ସୂର୍ଯ୍ୟୋଦୟ

ଉତ୍ତରେ ତାହାର ତିବ୍ବତ ଅଞ୍ଚଳ

  ସୀମା ଅଟେ ବିବାଦୀୟ ।


ଦୁର୍ଗମ ଅତ୍ୟୁଚ୍ଚ  ପର୍ବତ ଶିଖର

   ସର୍ବଦା ବରଫାଚ୍ଛନ୍ନ

କରିବୁ ଶତ୍ରୁର ବଧ ପ୍ରତିରୋଧ

   ସଜଗତା ଅନୁକ୍ଷଣ ।


ଦେଶର ସୁରକ୍ଷା ସୈନ୍ୟ ପରାକାଷ୍ଠା

   ବଡ଼ କର୍ତ୍ତବ୍ୟ ଆହ୍ୱାନ

ଜାତି ହିତ ଆଗେ ତୁଚ୍ଛ ବ୍ୟକ୍ତି ସ୍ୱାର୍ଥ

  ସୈନ୍ୟ ଦିଏ ବଳୀଦାନ ।


ଏ ଦେଶ ସୈନିକ  କୃଷକ ଶ୍ରମିକ

   ଗାଏ ଜନ ଗଣ ମନ

ମୋ ଦେଶ ମହାନ ବି6ଶ୍ୱ ଅଦ୍ୱିତୀୟ

   ଉତ୍କର୍ଷ ବେଦ ବିଜ୍ଞାନ ।


ହୃଦୟ ତୁମର  ସବୁଜ ସୁନ୍ଦର

   ଭଣ୍ଡାର ପ୍ରେମ ମମତା

ଅତୁଟ ରହୁ ଗୋ  ପ୍ରିୟା ଅନୁପମା

  ଏହି ମୋ କାମନା ଇଚ୍ଛା ।


ଯାଇ ପାରୁନାହିଁ ପ୍ରିୟା ତୁମ ପାଶେ

   ଦୁଃଖ ଜମା କରିବନି

ରଖି ପାରୁନାହିଁ  କଥାଟି ତୁମର

   ଭୁଲ କେବେ ବୁଝିବନି ।


ଫୁଟୁ ସଜଫୁଲ ସ୍ମିତ ମଧୁ ହାସ୍ୟ

  ପ୍ରିୟା ଓଠେ ଦେଶ ହିତେ

ଜାଗି ଉଠୁ ବୀର ହୃଦୟ ଆବେଗ

 ସମର୍ପିତ ମୁଁ ଏକନିଷ୍ଠେ ।



Rate this content
Log in

Similar oriya poem from Romance