Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

4  

Panchanan Jena

Romance

ସ୍ମୃତି ତମେ

ସ୍ମୃତି ତମେ

1 min
408


ସ୍ମୃତି ତମେ

ହେମନ୍ତ ଧଉଳା ଦୁର୍ବାଦଳ

ଶାନ୍ତ ସକାଳର କୋଳରେ ସାଇତା

ନିରୀହ ନିଷ୍ଠାପ ବିନୀତା ଶୋଭିତା

କୋମଳାଙ୍ଗୀ ସୁକୋମଳ ।


ସ୍ମୃତି ତମେ

ପଞ୍ଚୁକ ବ୍ରତଧାରୀ ବଧୁକୂଳ

ସୁରୁଜ ମୁରୁଜ ବୁଣିବା ପୂର୍ବରୁ

ବୁଡ଼ ପକେଇ ଥୁରୁ ଥୁରୁ 

ଭିଜା ପଣତେ କମ୍ପିତ ବକ୍ଷସ୍ଥଳ ।


ସ୍ମୃତି ତମେ

ଦକ୍ଷିଣୀ ପବନ ତରୁଫଳ

ଆପାଦ ମସ୍ତକ ପଶି ବାହାରେ

ଆଦ୍ର ଶରୀରେ ଲୋମ ଟାଙ୍କୁରେ

 ବେପଥୁ କଂପନେ ପ୍ରୀତି ଗୋପନେ

ହୃଦ ମନ୍ଦିରେ ବାଜିଉଠେ ଘଣ୍ଟ ଘଣ୍ଟା

ଖୋଳ କରତାଳ ।


ସ୍ମୃତି ତମେ

କୁହୁଡି ବଳୟ ଅଂଶୁମାଳୀ

କୁହେଳି ଅନ୍ଧାର ଚିରି ବିଦାରି

ଅରୁଣ ରଙ୍ଗରେ ପିଚକାରି ମାରି

ମନ ତଳେ ଆଙ୍କି ଦିଏ ପ୍ରେମ ଦୀପାଳୀ ।


ସ୍ମୃତି ତମେ

ଚାଦର ଚାନ୍ଦୁଆ ଛାତିତଳ

ହେମାଳ ହେମ ଶୀତଳ ଶରୀରେ

ଭରିଦିଏ ଗରମ ଉଦ୍ଦିପନା 

ନୂତନ ସମ୍ଭାବନା ଆମୂଳଚୂଳ ।


ସ୍ମୃତି ତମେ

ଶୀତୁଆ ସଞ୍ଜର ତୁଳସୀ ମୂଳ

ହାତେ ସଂଦବତୀ ଚଉରା ତଳ

ମୁଣ୍ଡେ ଥାପି ଆମ୍ବର କାନି 

ମାନିନୀ ପ୍ରୀୟା ମୋର

ମନାସୁ ଥାଏ ଜଳ ସ୍ଥଳ ନଭ ମଣ୍ଡଳ ।


ସ୍ମୃତି ତମେ

ନିଝୁମ୍ ରାତିର ନୀଳଶୈଳ

ରଜତ ଜ୍ୟୋତ୍ସ୍ନା ଅବଗାହୀ

ତନୁ ପାତଳୀ ରୂପମୟୀ

ଛାତ ଉପରେ ତାରା ଗହଳେ

ମନ ମହୁରୀ ବାଜେ ଶୁଶୁରୀ

ଅପାଶୋରା ମୁହୁର୍ତ୍ତ କେବଳ ।


ସ୍ମୃତି ତମେ

ଯାମିନୀ ସଙ୍ଗିନୀ ଫୁଲମାଳ

ଶର୍ବରୀ ଶେଜରେ ଭୁରୁ ଭୁରୁ ଗନ୍ଧେ

କୁହୁକ କାମୁକ ମନ୍ତ୍ର ଫୁଙ୍କି ଫାଙ୍କି ଛନ୍ଦେ

ଫୁଟେଇ ମେଲେଇ ଗେହ୍ଲେଇ 

ଗଡେଇ ମଡ଼େଇ ଚଢ଼େଇ

ଶାନ୍ତି ପ୍ରଶାନ୍ତିର ଶତଦଳ ।


ସ୍ମୃତି ତମେ

ପାହାନ୍ତି ପ୍ରହର ବାହୁକୋଳ

ହାଲୁକା ହାବୁକା ଶୀତ ନାଗରୀ

ଉଲ୍ଲସି ଉଠଇ ତନୁ ଗାଗରୀ

ପଛପଟୁ ଧରି ପ୍ରସାରି ଆବୋରୀ

ମହାନନ୍ଦେ ମିଶି ନିଶି ସମାପ୍ତି କଳକଳ ।


Rate this content
Log in

Similar oriya poem from Romance