STORYMIRROR

Madhusmita Prusty

Romance

4  

Madhusmita Prusty

Romance

ଜହ୍ନରେ ଲେଖିଛି ନାଁ

ଜହ୍ନରେ ଲେଖିଛି ନାଁ

1 min
534


ପ୍ରେମ ସରୋବରୁ ନୀଳକଇଁ ତୋଳି

ସାଇତିଛି ହୃଦୟରେ,

ଅନାସକ୍ତ ମନେ ଆଶକ୍ତି ଭରିଛି

ସ୍ୱପ୍ନ ବୁଣି ନୟନରେ |


ଆସିବକି ପ୍ରିୟା ମୋ ଛୋଟ ଦୁନିଆଁ

ଲାଗିବ ଭାରି ମଧୁର,

ତୁମ ଆଗମନେ ମନ ଅଗଣାରେ

ଢାଳିଛି ପ୍ରୀତି ଅବୀର |


ସପନେ ମଗନ ମୋ ଦୁଇ ନୟନ

ଅପଲକ ଆଖିପତା,

ବିରହ ନିଆଁରେ ଜଳୁଛି ମୁଁ ନୀତି

ଭୁଲି ଯାଇଛି ମୋ ସତ୍ତା |


ସାତସୁରେ ଭରି ମଧୁର ରାଗିଣୀ

ଅଙ୍ଗେ-ଅଙ୍ଗେ ପ୍ରୀତିଭରି,

ପୁଲକିତ କରି ମନ ଓ ପ୍ରାଣକୁ

ନେବି ଆପଣାର କରି |


ହୃଦୟରୁ ନେଇ ଆକାଶ ଛାତିରେ

ଆଙ୍କିଦେବି ତୁମ ଛବି,

ନୀଳ ଆକାଶର ନୀଳିମା ଭିତରେ

ନିଜକୁ ହଜାଇ ଦେବି |


ବୁକୁତଳେ ମୋର ଆଶା ଅସୁମାରୀ

ଆସ ସାଜି ମୋ କନିଆଁ,

ସ୍ୱର୍ଗ ପାରିଜାତେ ସଜାଇଛି ଘର

ଜହ୍ନରେ ଲେଖିଛି ନାଁ |



Rate this content
Log in

Similar oriya poem from Romance