STORYMIRROR

Manas Das

Inspirational

4  

Manas Das

Inspirational

କରୋନା ଗଛ

କରୋନା ଗଛ

1 min
244

ଭାରି ଅଦ୍ଭୁତ ଏ କରୋନା ଗଛ

ଭାବିବେନି କେହି ଏହାକୁ ମିଛ ।


ଚାଇନା ଦେଶରେ ଅଛିତା ମୂଳ

ବିଶ୍ୱସାରା ମେଲି ଦେଇଛି ଡାଳ ।


ଲୋଡ଼ାନାହିଁ ତାକୁ ଖରା କି ଜଳ

ପରଭୋଜୀ ପରି ବଢ଼ାଏ ବଳ ।


ମଣିଷ ମଣିଷ ଦେହରେ ମାଡ଼େ

ଯେତେ ଛିଙ୍କ କାଶ ସେତେସେ ବଢେ ।


ଫୁଲ ଫୁଟେନାହିଁ ଫଳ ପ୍ରବଳ

ମାସ୍କ ଦେଖିଲେ ହୁଏ ଦୁର୍ବଳ  ।


ଗୋଟିଏ ମଞ୍ଜିରେ ହଜାରେ ଚାରା

ଖାଲି ଆଖିରେ ସେ ଦିଏନି ଧାରା ।


ଅଦୃଶ୍ୟ ଅପୂର୍ବ ଗଛଟି ସିଏ 

ମଉକା ମିଳିଲେ କବଳେ ନିଏ ।


ମାନେନାହିଁ ସିଏ ଗରିବ ଧନୀ

ମାନେନାହିଁ ଜ୍ଞାନୀ ଗୁଣି ଓ ମାନି ।


ଭିଡ଼ଜାଗାଦେଖି ହୁଏ ସେ ଖୁସି

ମଣିଷ ଦେହରେ ଯାଏ ସେ ପଶି ।


ସାନିଟାଇଜର ଦେଖେ ଯେଉଁଠି

ଆଗକୁ ନବଢି ମରେ ସେଇଠି ।


Rate this content
Log in

Similar oriya poem from Inspirational