Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ଏଣ୍ଡୁରୀ ପିଠା

ଏଣ୍ଡୁରୀ ପିଠା

1 min
419



ହଳଦୀ ହଳଦୀ ବାସ ଚହଟୁଛି 

ମାମୁଁ ଆଣିଲେଣି ପାହାଳ ମିଠା

ଅରୁଆ ଚାଉଳ ବିରି ଆଣ ବଟା 

ତିଆରି ହେଉଛି ଏଣ୍ଡୁରୀ ପିଠା l


ନଡ଼ିଆ କୋରଣୀ ଘାଇଁଘାଇଁ ବୁଲେ 

ନଡ଼ିଆ କୋରାରେ ଗୁଡ଼କୁ ମିଶା

ଛେନା ପୁର ଦେଇ ତାହାକୁ ଗୁଡ଼ାଇ 

ହଳଦୀ ପତରେ ଚୁଲିରେ ବସା l


ପିଠା ସିଦ୍ଧ ହେଲା ଉତାର ଚଞ୍ଚଳ 

ଫଅଁ ଫଅଁ ଛୁଟେ ଅଥାର ବାମ୍ଫ

ପୁର ସଙ୍ଗେ ଗୁଜୁରାତି,ଅଳେଇଚ 

କର୍ପୁର ମିଶା କି ସୁଆଦ ବାପ l


ହଳଦୀ ପତର ମହରଗ ଦର 

କିଏ ପଚାରୁଛି ଦରକୁ ଭାଈ

ଏଣ୍ଡୁରୀ ପିଠା ଏ ଓଡ଼ିଆ ସମ୍ପଦ 

ଜଗତେ ତ ତାର ତୁଳନା ନାହିଁ l


ବଡ଼ ପୁଅ ଶ୍ୟାମ କୁଳର ନନ୍ଦନ 

ବଡ଼ ହୋଇ କୁଳ ନାମ ରଖିଥା

ପ୍ରଭୁ ରାମଚନ୍ଦ୍ର ତ୍ରେତୟା ଯୁଗରେ 

ଦ୍ୱାପରେ ରୋହିଣୀ ନନ୍ଦନ ଯଥା l


ମହାପ୍ରଭୁ କ୍ଷେତ୍ରେ ପଢୁଆଁ ହୋଇଲେ 

ନିଆଳିରୁ ଗଲା ପଢୁଆଁ ଭାର

ମାମୁଁ ମାଧଵଙ୍କୁ ଅଧିଆ ପଡ଼ିଲୁ 

ପରମ୍ପରା ହେଉ ଆମ ଅମର l


ପ୍ରଥମା ଅଷ୍ଟମୀ ଓଡ଼ିଆର ପର୍ବ 

ବନ୍ଦନା ହୁଅନ୍ତି ବଡ଼ ଦେବତା

ଓଡ଼ିଆର ଜ୍ୟେଷ୍ଠ ଭାଈ ବଳରାମ 

କି କହିବା ଆଉ ତାଙ୍କର କଥା । 


Rate this content
Log in

Similar oriya poem from Comedy