ଶବ୍ଦ ମଜା
ଶବ୍ଦ ମଜା
ଘୁରୁଛି ଦେଖରେ ସଂସାର ଚକ,
ବୁଣୁଛି ଜଗତେ ସୁଖ ଓ ଦୁଃଖ |
ଫଳ ମଧ୍ୟେ ଶ୍ରେଷ୍ଠ ଅଟଇ ଆତ,
ଦେହ ପାଇଁ ହିତ ଯେ ଡାଲି ଭାତ |
ପାଟିକୁ ସୁଆଦ ଲାଗଇ ଓଉ,
ସକାଳୁ ରାବିଣ ଉଠାଏ କାଉ |
ଫୁଲରେ ସରଳ ଶକ୍ତ ଟଗର,
ଜଳମଧ୍ୟେ ଶକ୍ତିଶାଳୀ ମଗର |
ଶିକ୍ଷକ ପସନ୍ଦ କାଠ ଚଉକି,
ପରିବା କାଟିବା ସଜ ପନିକି |
ସୁନ୍ଦର ସୁସ୍ୱାଦୁ ଫଳ ସପୁରି,
ଖଟା ଜୁସ ପାଇଁ ଅତି ଦରକାରୀ |
ଧନୁକୁ ସୁନ୍ଦର ଅଟଇ ଶର,
ପକ୍ଷୀକୁ ସୁନ୍ଦର ଅଟଇ ପର |
ଭାତ ହାଣ୍ଡି ସାଙ୍ଗ ଲୋଡ଼ଇ ଚଟୁ,
ଟୁନାଟୁନି ସାଙ୍ଗ ଖେଳନ୍ତି ନଟୁ |
ସବୁ ଜୀବଙ୍କର ଜୀବନ ଗଛ,
ଦେହକୁ ବଳିଷ୍ଠ ଇଲିଶି ମାଛ |
ଧନୀ ସିନା କରି ଦେଇଛି ଘର,
ଭାକୁର ଖାଉଛି, ଜଗେ କୁକୁର |
ଚାଳତଳେ ବସା କରେ ଚଟିଆ,
ପାଣି ଶୀତଳ ଥିଲେ ମାଟି ମାଠିଆ |
ଶ୍ରୀଫଳ ଅଟଇ ସିନା ନଡ଼ିଆ,
ଶ୍ରୀ ପଶୁ ଅଟଇ ସରଳ ଠେକୁଆ |
ସବୁବେଳେ କାଟ ହାତର ନଖ,
ଚକ କି ଘୁରିବ ନ ଥିଲେ ଅଖ |
ସୁରକ୍ଷା କବଚ ଅଟଇ ଘର,
ଝରଣା ଝରଇ ନିର୍ଝର ଝର |
ଗୋମାତା ଅଟଇ ଆମର ଗାଈ,
ସମସ୍ତଙ୍କ ପ୍ରିୟ ଅଟନ୍ତି ଆଈ |
ଘରଟି ସୁନ୍ଦର ଥିଲେ ଝରକା,
କାନକୁ ସୁନ୍ଦର ଲାଗେ ଝୁମୁକା |
କଣ୍ଟା ଅଠା ଥାଇ ମିଠା ପଣସ,
ଶୁଭର ପ୍ରତୀକ ଅଟେ କଳସ |
ଶେଷପଦ ଯେବେ ପଢିବ ଭାଇ,
ଶବ୍ଦ ମଜା ତୁମେ ପାଇବ ଯାଇ |