STORYMIRROR

Kabiratna Nutan Kumar Behera

Comedy Action Fantasy

4  

Kabiratna Nutan Kumar Behera

Comedy Action Fantasy

ତୋ ଦେଇ ସିଝିବ ନାହିଁ ଶାଗ

ତୋ ଦେଇ ସିଝିବ ନାହିଁ ଶାଗ

1 min
294

 

କମ୍ପମାନେ ଗୁରୁ ଦେଖାଇ ତାଙ୍କ ରାଗ

ବିରକ୍ତରେ କହିଲେ ଚେଲାକୁ

କେବେ ତୋ ଦେଇ ସିଝିବ ନାହିଁ ଶାଗ 

ଚେଲାଟି ମୁହଁକୁ କରି ପୋଡ଼ା ବାଇଗଣ ପରି

ମୁହଁ ପୋତି ଭାବିଲା ନିଜକୁ ସେ ଅଯୋଗ୍ୟ 

କପାଳ ତାର ମନ୍ଦ ଆଉ ହୀନ ଭାଗ୍ୟ

ନିରୁତ୍ତୋର ଦେଖି ପୁଣି କହିଲେ ସେ ଗୁରୁ

ଆରେ ଦେଖାନା ତୋର ଏ ବାଗ

ତୁ ତ ନହୁଁ ଗୋଟେ ମେଷ କି ଛାଗ

ତୁ ସେ ମେଷ ଛାଗଠାରୁ ବି ଅପାରଗ 

ଉଠାଇ ଛାଟ ମାରିବା ବେଳକୁ ସେ ଚେଲା

ସହସା ଧରି ପକାଇଲା ଗୁରୁଙ୍କ ହାତ

ନରଖି ଆଉ ଗୁରୁଙ୍କ ପ୍ରତି ଭକ୍ତି ଅନୁରାଗ 

ଚିତ୍କାରି ଉଚ୍ଚ ସ୍ଵରେ କହିଲା

ଅନ୍ୟକୁ ହେୟ ମଣିବା ଅଯୋଗ୍ୟ ଭାବିବା 

ଆପଣଙ୍କର ଏକ ମାନସିକ ରୋଗ

ଦେଖାଇ ନିରିମଳ ଭାବ ମୂରତି 

ସବୁବେଳେ ଠକିବାକୁ ଖୋଜୁଛନ୍ତି ସୁଯୋଗ

ମୋତେ କହିଲେ ମୁଁ ମେଷ କି ଛାଗ 

ଆଉ ଆପଣ ସିଂହ ନା ବାଘ ହେ ମହାଭାଗ

ଦେଖାଉଛନ୍ତି ମୋତେ ହିଂସ୍ର ପଶୁପଣ

ମଣିଷକୁ ମଣିଷ ନଭାବି ଭାବୁଛନ୍ତି ହୀନ 

କିନ୍ତୁ ହୁଅନ୍ତୁ ଏବେଠୁ ସାବଧାନ

ସରଳ ପ୍ରାଞ୍ଜଳ ବୁଝାଇ ନପାରି କରୁଛନ୍ତି

ମୋ ପରି ଶହ ଶହ ଚେଲାକୁ ଅପାରଗ

ନେଲାବେଳେ ନେଉଛନ୍ତି ମୋଟା ଅଙ୍କରେ

ହସ ଖୁସିରେ ଜୀବନକୁ କରୁଛନ୍ତି ଉପଭୋଗ

ମନେରଖନ୍ତୁ ଏ ପରା ଘୋର କଳିଯୁଗ

ଶ୍ରମ ସାଧନ କରି ନହେଲେ ଉଚିତ ଜ୍ଞାନ

ସବୁ କିଛି ହେବ ଅସତ୍ ବିନିଯୋଗ 

ଆଉ ଜ୍ଞାନ ନେବା ମୋର ଦରକାର ନାହିଁ 

ପାଠର କି ମୂଲ୍ୟ ନାହିଁ ଯଦି ତାର ପ୍ରୟୋଗ

ଦେଖିବେ ମୋତେ ଆଗକୁ ଆଗ

ମୁଁ କେତେ ଯୋଗ୍ୟ କି କେତେ ଅପାରଗ

ସେତେବେଳେ ଜାଣିବେ ଶୁଣିବେ ଶିଖିବେ

ମୋ ଦେଇ ସିଝୁଛି କି ନାହିଁ ଶାଗ

ଆଚମ୍ବିତେ ଗୁରୁ ଚାହିଁ ଭାବୁଥିଲେ ବୋଧେ

ଏ ସାମାନ୍ୟ ଧଣ୍ଡ ନୁହେଁ ଏ ତ ବିଷଧର ନାଗ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy