STORYMIRROR

Puspanjali Panda

Comedy

3  

Puspanjali Panda

Comedy

ପଖାଳ

ପଖାଳ

1 min
193


ବୋଉ ଲୋ ଗରମ ଭାତ ଖାଇବାକୁ

ମନ ଜମା ଡାକୁ ନାହିଁ

ଡ଼ହ ଡ଼ହ ତାତି ଗ୍ରୀଷ୍ମ ପ୍ରବାହରେ

ଦେହ ମାରେ ଝାଇଁ ଝାଇଁ।


ପଖାଳ ଖାଇବି ତୋରାଣି ପିଇବି 

ବଢିଚୁରା କରିଥିବୁ

ରସୁଣ ଆମ୍ବୁଲ କଞ୍ଚାଲଙ୍କା ଝୋଳ

ଭଲକି ରଗଡ଼ିଥିବୁ ।


ଆଳୁ ଚକଟାରେ ଦେଶି ପିଆଜକୁ 

ଷୋରିଷ ତେଲ ଠୋପାଏ

ଜାଇ ମିକ୍ଶର କୁ ପାଖେ ରଖିଥିଲେ

ଦେବୁ ପଖାଳ କଂସାଏ।


କସି କାକୁଡ଼ି ରୁ ଗୋଟିଏ ରଖିବୁ

ଟିପେ ଲିମ୍ବକଢ ଭଜା

ଲେଉଟିଆ ଶାଗ ନଡ଼ିଆ ପକେଇ

ଭାଜି ଦବୁ କେତେ ମଜା।


ସଜ ହେଉ କିବା ବାସି ପଖାଳରେ

ମିଶେଇବୁ ସଜ ଦହି

କାମରୁ ଫେରିଲେ ପ୍ରବଳ ଭୋକରେ

ଶାନ୍ତିରେ ଖାଇବି ମୁହିଁ।


ଶୋରିଷ ବାଟଣ ସଜନାଛୁଇଁରେ 

ଦେଇ କରିଥିବୁ ରାଇ

କଲରା କୁ ଗୋଟି ଭଜା କରିଥିବୁ

ଆଗରୁ ସିଝେଇ ଦେଇ।


ବାଇଗଣ ଟମାଟର ପୋଡ଼ା ସହ

ପିଆଜ ଫୁଟଣ ଛୁଙ୍କ 

ଆମ୍ବକଷି ନାଶି ବୁଡିଲେ ପଖାଳ

ବାସିବ ଘରଟା ଯାକ।


ପଖାଳ ଦିବସ ପାଳେ କି ନ ପାଳେ

ଖରାଦିନ ର ଅମୃତ

ଖାଇବି ପିଇବି ସ୍ୱାସ୍ଥ୍ୟ ଜଗିଥିବି

ଧନ୍ୟ ମୋର ଓଡ଼ିଆତ୍ୱ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy