STORYMIRROR

Bharatabandhu Biswal

Comedy Inspirational Children

3  

Bharatabandhu Biswal

Comedy Inspirational Children

ଟୁଆଁଟୁଇଁ

ଟୁଆଁଟୁଇଁ

1 min
142


ଆସ ଟୁଆଁ ଟୁଇଁ ବିଲକୁ ଯିବା

ଗହଳ ମାଣ୍ଡିଆ ଚାଷ କରିବା

ଗହମ ବାଜରା ବିରି ସୋରିଷ

ବୁଣିବା ବିହନ ହୋଇ ହରଷ

ବୁଣିଥିଲେ ଫଳ ପାଇ

ପର ତିଅଣ ତ ଲାଗେ ସୁଆଦିଆ

ପେଟ ଜମା ନ ପୂରଇ ।


ଖଳାକୁ କରିବା ସଫାସୁତୁରା

ଲିପିବା ପବିତ୍ର ଗୋବରଗୋଳା

ଚାଷ ଥିଲେ ମିଳେ ଗ୍ରାସଟି ଜାଣ

କୃଷକ ଭାଇଟି ଯୋଗାଏ ଅନ୍ନ

ଚାଷବାସ ମୂଳ ପରା

ଅମଳ କରିବା ଧାନ ମୁଗ ବିରି

ଶୁଖାଇବା ଦେଇ ଖରା ।


ଆସ ଟୁଆଁଟୁଇଁ ଖଳାକୁ ଯିବା

ଝାଡିଝୁଡି କଳା ବିରି ଆଣିବା

ଯେତିକି ଚାଉଳ ସେତିକି ବିରି

ପାଣିରେ ପକାଇ ଦେବା ବତୁରି

ବାଟିଦେବ ଆମ ଟୁଇଁ

ଗରମ ଗରମ କରିବ ଚକୁଳି

ଖାଇବୁ ଭଉଣୀଭାଇ ।


ଗରମ ତାଉଆ ପିଠଉ ଚ୍ୟା°ଉ

ଶୁଣିଲେ ବିଲେଇ କରିବ ମ୍ୟା°ଉ

କାଳିଆ କୁକୁର ଭୁକିବ ଭୋଓ

ମାଗିବେ ଆମକୁ ଗୋଟିଏ ଦେଓ

ନିକୁଟିବ ବାଘମାମୁ

ତଳ ଗୋଡି ମିଶା ଚକୁଳି ଖାଇଲେ

ଭାଙ୍ଗିଯିବ ତାର ଛାମୁ ।

   


Rate this content
Log in

Similar oriya poem from Comedy