STORYMIRROR

DAYANIDHI BAGARTEE

Comedy Romance

3  

DAYANIDHI BAGARTEE

Comedy Romance

ହେ ପ୍ରିୟତମା

ହେ ପ୍ରିୟତମା

1 min
213

                 

ତୁମ ସୌନ୍ଦର୍ଯ୍ୟରେ      

                ବିମୁଗ୍ଧ ମୁଁ ସତେ  ବିମୁଗ୍ଧ ମୁଁ

ତୁମ ଚ଼ନ୍ଦ୍ରମୁଖି ବଦନ ଦେଖିବାରେ

              ଲାଲାୟିତ ମୁଁ  ସତେ ଲାଲାୟିତ ମୁଁ

ହେ ସୁନୟନା କେମିତି ବର୍ଣନା କରିବି ତୁମ ରୂପ ରଙ୍ଗ

              ସତରେ କଳ୍ପନା କରି ପାରୁନି ମୁଁ   l


ତୁମ ଲାଜୁଆ ଲାଜୁଆ ଠାଣି   

                   ସତେକି ମତେ ନେଉଛି ହାଣି

କୋଉ ସରଗରୁ ଆସିଛୁ ଖସି ଲୋ ପ୍ରିୟତମା

               ସତେ ମୁଁ ତ ପାରୁନି ଜାଣି      l


ଲାଗୁଛି ଜୀବନରେ ପ୍ରଥମଥର ଦେଖୁଛି   

                   ଜଣେ ମନଲାଖି ସୁନ୍ଦରୀକୁ 

ମନ ଭରୁନି ବାରବାର ତୁମ ଫୋଟୋ ଦେଖୁଛି

             ପଛେଇବି ନାହିଁ ବାଃ ବାଃ କହିବାକୁ  l

ମୋ ମନ କହୁଛି ଆଜି ଲୋ ସୁନ୍ଦରୀ

             କିଏ ଜଣେ ପ୍ରଥମ ଥର ମନକୁ ଛୁଇଁଲା

ଲାଗୁଛି ସତେ ଏମିତି ମତେ 

           କିଏ ଜଣେ ନିଜର ନିଜର ଲାଗିଲା    l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy