Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANIDHI BAGARTEE

Abstract Inspirational

3  

DAYANIDHI BAGARTEE

Abstract Inspirational

ହେ ମାଆ

ହେ ମାଆ

1 min
109


ମାଆ କୋଳ ହିଁ ତ 

             ସରଗ ଅଟଇ ଛୁଆ ପାଇଁ,

ମାଆର ଅମୂଲ୍ୟ ସ୍ନେହ ତ 

              କୋଟି ଟଙ୍କା ବଦଳେ ମିଳଇ ନାହିଁ   |


ସନ୍ତାନଠୁ ଯା'ର କିଛି ଲୋଡ଼ା ନାହିଁ

               ସେ ହିଁ ତ ଅଟଇ ମାଆ

 ସନ୍ତାନ ଲାଗି ତା' ପଣତ କାନି

              ସଦା ସର୍ବଦା ହୁଅଇ ସାହା        |


ବଡ଼ ହେଲେ ଯେତେ ହେଉ ପଛେ

              ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ,

ମାଆ ଅଟଇ ପରା ସ୍ନେହର ଭଣ୍ଡାର

           ତାହାରି ଜୀବନ ତ ଛୁଆର ସୁରକ୍ଷା ପାଇଁ  |


ନିଜେ ନ ଖାଇ ଛୁଆ ପେଟ ଭରିଦିଏ 

                ସେ ହିଁ ତ ଜନମ ଦାୟିନୀ ମାଆ,

ମାଆ ଡାକେ ଯା'ର ପେଟ ଭରିଯାଏ

             ଅଟଇ ସିଏ ତ କୃପାମୟୀ ମାଆ      |


ହେ ମାଆ ମୋର ସବୁ ଜନ୍ମେ ତୋର

                ଜନମିବି ହୋଇ ତୋହରି ଛୁଆ

କୋଟି ନମସ୍କାର ଘେନ ଗୋ ଜନନୀ ମୋର

              ହାତ ଧରି ମୋର ଦେଖାଉ ଥିବୁ ରାହା  |


Rate this content
Log in

Similar oriya poem from Abstract