STORYMIRROR

DAYANIDHI BAGARTEE

Inspirational

3  

DAYANIDHI BAGARTEE

Inspirational

ଅଜବ ମଣିଷ

ଅଜବ ମଣିଷ

1 min
193

ଟ୍ରେନ୍ ଆସିଲା ଯାତ୍ରା ଆରମ୍ଭ ହେଲା

ବଗି ଭିତରେ ଗଲି ପଶି 

ଏପଟେ ସେପଟେ କାହା ଆଖି

କିଏ ଫୋନ୍ରେ ଯାଉଛି ଗପି

ତ ଆଉ କିଏ କାଶୁଛି ବସି |

କିନ୍ନର ଆସିଲା ଖାଲି ତାଳି ବଜାଇଲା

କିଏ ପାଞ୍ଚ କିଏ ଦଶ ଦେଲା

କିନ୍ନର ହାତେ ପଇସା ଗଲା ବରଷି 

ନାରୀଠୁ ଅଧିକ ସଜେଇ ହୋଇ

ଚୁମ୍ବକୀୟ କଥା ଓଠରେ କହି

ବହେ ପଇସା ନେଇଗଲା ହସି |

ଏ ତ ଆମ ମଣିଷ ଭାଇ

କେବେ ଜମା ସୁଧୁରିବ ନାହିଁ 

କୋଉଠି ପାନଛେପ ତ କୋଉଠି ବାଦାମ ଚୋପା

ବଗି ଭିତରେ ଦେଲେ ପକେଇ |

ସେତ ଅଜଣା ଯାଯାବର ପିଲାଟିଏ

ଝାଡ଼ୁଟେ ଧରି ବଗି ସଫା କରୁଥାଏ 

ସଫା ସରିଲା ଲୋକଙ୍କୁ ହାତ ବଢେଇଲା

କିଛି ମିଳିଯିବ ନିରୀହ ଆଖି ତାର ଆଶା ବାନ୍ଧିଥାଏ |

ଧିକ୍ରେ ମଣିଷ ଜୀବନ

ଟଙ୍କାଟେ ଦେବାକୁ ନାହିଁ କାହାର ମନ

କିନ୍ନରକୁ ସିନା ଦାନ

ପିଲା ବେଳକୁ ଖୁଚୁରା ନାହିଁ କହିଲେ ଜାଣ |

ଲଜ୍ଜ୍ୟା ଲାଗୁନାହିଁ ମଣିଷ ବୋଲାଇବାକୁ

ଟଙ୍କାଟେ ବାହାରୁନି ସାହାଯ୍ୟ କରିବାକୁ 

ଶହ ଶହ ଟଙ୍କା ପକେଟରୁ ବାହାରୁଛି

ମଦ ମାଂସ ପାନ ଗୁଟ୍ଖା ଖାଇବାକୁ |

କଣ ହେବ ଏତିକି ଧନ

ଯଦି ଗରିବ ଅଟଇ ମନ 

କେବେ ଖୁସି ନାହିଁ ସେ ଜୀବନେ

ଯେଉଁଠି ନାହିଁ ଦୟା କ୍ଷମା ଓ ସହାୟତାର ଗୁଣ |



Rate this content
Log in

Similar oriya poem from Inspirational