Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANIDHI BAGARTEE

Others

3  

DAYANIDHI BAGARTEE

Others

ହେ ମାଆ

ହେ ମାଆ

1 min
188


ମାଆ କୋଳ ହିଁ ତ

             ସରଗ ଅଟଇ ଛୁଆ ପାଇଁ 

ମାଆର ଅମୂଲ୍ୟ ସ୍ନେହ ତ

             କୋଟି ଟଙ୍କା ବଦଳେ ମିଳଇ ନାହିଁ   |


ସନ୍ତାନଠୁ ଯା’ର କିଛି ଲୋଡ଼ା ନାହିଁ

              ସେ ହିଁ ତ ଅଟଇ ମାଆ

ସନ୍ତାନ ଲାଗି ତା’ ପଣତ କାନି

           ସଦା ସର୍ବଦା ହୁଅଇ ସାହା        |


ବଡ଼ ହେଲେ ଯେତେ ହେଉ ପଛେ

             ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ 

ମାଆ ଅଟଇ ପରା ସ୍ନେହର ଭଣ୍ଡାର

            ତାହାରି ଜୀବନ ତ ଛୁଆର ସୁରକ୍ଷା ପାଇଁ  |


ନିଜେ ନ ଖାଇ ଛୁଆ ପେଟ ଭରିଦିଏ

               ସେ ହିଁ ତ ଜନମ ଦାୟିନୀ ମାଆ 

ମାଆ ଡାକେ ଯା’ର ପେଟ ଭରିଯାଏ

           ଅଟଇ ସିଏ ତ କୃପାମୟୀ ମାଆ   |


ହେ ମାଆ ମୋର ସବୁ ଜନ୍ମେ ତୋର

               ଜନମିବି ହୋଇ ତୋରି ଛୁଆ

କୋଟି ନମସ୍କାର ଘେନ ଗୋ ଜନନୀ ମୋର

              ହାତ ଧରି ମୋର ଦେଖାଉ ଥିବୁ ରାହା   



Rate this content
Log in