ଆଧୁନିକତା
ଆଧୁନିକତା


ଏବେ ଏବେ ପୁରୁଣା କଥାକୁ ଛାଡି,
କିଛି ଗୋଟେ ନୂଆ ଅଧ୍ୟାୟ ଯୋଡୁଛି .
ନାତୁଣୀ ଆମର ହଟ ପ୍ୟାଣ୍ଟ ପିନ୍ଧି,
ଥର ଥର ବୁଢା ମାନଟାକୁ ଖାଲି ହିଟ କରୁଛି ,
ବୁଢ଼ୀ ଆମର କହୁଛି,
ନାତୁଣୀ ଏବେ ମୋତେ ବିଦା କରିବାକୁ ଚାହୁଁଛି ।
ସକାଳୁ ସକାଳୁ ଉଠିଲା ବେଳକୁ,
ନାତିଟା ସଭିଙ୍କୁ ଗୂଡ଼ ମର୍ନିଙ୍ଗ କହୁଛି,
ଗୁରୁଜନଙ୍କୁ ପ୍ରଣାମ କରିବାକୁ ବୋଧେ ଭୁଲିଛି,
ଚୁଡା କଦଳୀକୁ ଛାଡି ମ୍ୟାଗିରେ ମନ ଦେଉଛି,
ବହୁ ଆମର କହୁଛି,
ପୁଅ ମୋର ଇଂରାଜୀ ମାଧ୍ୟମରେ ପାଠ ପଢୁଛି ,
ଇଂରାଜୀରେ ଅନର୍ଗଳ ଭାଷଣ ଦେଉଛି,
ହେଲେ ଓଡ଼
ିଆର ବର୍ଣ୍ଣମାଳା ସବୁକୁ ଭୁଲି ଜାଉଛି,
ତଥାପି ପୁଅ ବୋହୂର ଖୁସି ଲାଗି,
ତାଙ୍କ ହଁ ରେ ହଁ ମାରିବାକୁ ପଡୁଛି ।
ଖାଲି ସମୟ ଟିକେ ଯେବେ ମିଳୁଛି,
ଲୁଡୋ ,କବାଡି, ଖୋକୋ କୁ ଛାଡି,
ନାତି ନାତୁଣୀ ମୋର ,
ମୋବାଇଲ ରେ ପବଜି ଖେଳୁଛି,
ମୋତେ ବି ଖେଳିବାକୁ ଡାକୁଛି,
ତା ପାଖକୁ ନ ଗଲା ବେଳକୁ,
ତୁମେ ବୁଢ଼ା ହୋଇଗଲଣି ବୋଲି କହୁଛି,
ମଝିରେ ମଝିରେ ଦେଖେଇ ସେଖେଇ କମେଣ୍ଟ ମାରୁଛି,
ଜିଏ ପଚାରୁଛି ତାକୁ ଏ ବିଷୟରେ,
ହସି ଦେଇ ଆଧୁନିକତାର ଦ୍ୱାହି ଦେଉଛି,
କହୁଛି ପୁରୁଣା ଯାଇ ନୂଆ ବର୍ଷ ପରା ଆସୁଛି ।।