STORYMIRROR

Niranjan Sahu

Comedy

3  

Niranjan Sahu

Comedy

ନିରନ୍ତର ଲେଖୁଥିବି...

ନିରନ୍ତର ଲେଖୁଥିବି...

1 min
474

କିଏ ଲେଖୁଅଛି ପ୍ରେମର କବିତା    

କେ ଲେଖେ ବିରହ କବିତା

କିଏ ଲେଖୁଅଛି ବିଦ୍ରୋହ କବିତା

କେ ଲେଖେ ଶାନ୍ତିର କବିତା,.......


କିଏ ଲେଖୁଅଛି ମାଆଙ୍କ କବିତା

କେ ଲେଖେ ବାପାଙ୍କ କବିତା

କିଏ ଲେଖୁଅଛି ଭକ୍ତିର କବିତା

କେ ଲେଖେ ଭାବର କବିତା


ଯାହା ଦେଖୁଅଛି ତାହା ଲେଖୁଅଛି

ଯାହା ଆସୁଅଛି ମୋତେ

ପ୍ରତ୍ୟେକ ଭାବର କବିତା ଲେଖୁଛି

ଭୁଲ ବୁଝ ନାହିଁ ମୋତେ


କେତେ କହିଲେଣି ପାଗଳ ହେଲାଣି

ପ୍ରତିଦିନ ଲେଖେ କବିତା

କିଏ କୁହେ ପୁଣି ଏଣୁ ତେଣୁ ଲେଖେ

ଲେଖିଆସେ ନାହିଁ କବିତା


ଯିଏ ଯାହା କହୁ ମୋହର କି ଯାଏ

କିଛି ଭାବିବାର ନାହିଁ

କବିତା ଲେଖାରେ ଯେଉଁ ଶାନ୍ତି ପାଏ

ଆଉ କେଉଁଥିରେ ନାହିଁ.....


ଆଗରୁ ଲେଖିଛି ଏବେ ବି ଲେଖୁଛି

ଆଗକୁ ବି ଲେଖୁଥିବି

ଯେତେ ଦିନ ଯାଏଁ ଦୁନିଆଁରେ ଥିବି

ନିରନ୍ତର ଲେଖୁଥିବି.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy