ସିଧାକଥା-୧୦
ସିଧାକଥା-୧୦
ପୁରସ୍କାର ଦେବା ଫେସନ ହେଲାଣି ଯୋଗ୍ୟଲୋକ ପାଇଁ କାଳ,
ହାତୀପାଡ଼ ପରି ଶବଦ ତାହାର କାମକୁ କୁଷ୍ମାଣ୍ଡ ଫଳ ।
କେତେ ରଙ୍ଗ ପୁଣି ଢଙ୍ଗରେ ଯାଚନ୍ତି ପୁରସ୍କାର ଦେବାଲୋକ,
ପାଗଳ ପରାଏ ଧାଇଁଛନ୍ତି ଥୋକେ ସତେ ଦୀପାବଳି ପୋକ ।
କିଏ କହେ ଚାରି କପି ବହିଦେବ କିଏ ମାଗେ ବିବରଣୀ,
ଆଉ କିଏ କିଛି ଧନରାଶି ମାଗେ ଅଯୋଗ୍ୟ ଲେଖକ ଜାଣି ।
ଲେଖକ ବିଚରା ଘୋଡ଼ା ଆଗେ ନାଚେ ହାତରୁ ଖରଚ କରି,
ମାଗଣା ଖିଆଙ୍କୁ ବହି ଦେଉ ଦେଉ ସବୁବହି ଯାଏ ସରି ।
ପୁସ୍ତକ ମେଳାର ପୁରସ୍କାର ପାଇଁ ସଂଗୃହିତ ହୁଏ ବହି,
ହିସାବ କରିଲେ ତ'ର ମୂଲ୍ୟ କେତେ କେହି ପାରିବନି କହି ।
ପୁରସ୍କାର ଦାତା ଘର ଭରିଯାଏ ଦେଖାନ୍ତି ସେ ଅନୁଗ୍ରହ,
ଦୟାବାନ ଆଉ ପୁଣ୍ୟବାନ ଭାବେ ହୁଏ ତାଙ୍କ ପରିଚୟ ।
ରଙ୍ଗ ରଙ୍ଗିଆ ସେ ପ୍ରମାଣ ପତ୍ରଟି କିଛି କାମ ଦିଏନାହିଁ,
ସଭିଏଁ ଜାଣନ୍ତି ତଥାପି ବିକଳ ସେହି କାଗଜଟି ପାଇଁ ।