ଲଣ୍ଠନ
ଲଣ୍ଠନ
ଲଣ୍ଠନ ଆଲୁଏ ପଢୁଥିଲି ଦିନେ
ଲିଭିଗଲା ଅଚାନକ଼
ଖୋଜି ପାଇଲିନି ଦିଆସିଲି କାଠି
ଆଖିରେ ପଡିଲା ପୋକ ।
ଦୋକାନରୁ ଆଇ ଅଜା ଆସିଗଲେ
ଜଳାଇ ଦେଲେ ଲଣ୍ଠନ
ମାଉସୀ କହିଲେ ପୁଣି ପଢ଼ ପାଠ
ବାହାନା କରିଲି ଭୋକ ।
ବାପା କହିଲେ ମୋ ସାଥେ ଖାଇବୁ
ମାଆ ବାଢିଦେଲେ ଭାତ
ଦୌଡ଼ି ଆସୁଥିଲି କଚାଡି ପଡ଼ିଲି
ଧରା ପଡିଗଲା ନାଟ ।
ରାଗରେ ବାପାଙ୍କ ଆଖି ନାଲିଆ
ବାଜିଲା ଦୁଇଟା ଛାଟ
କାନ୍ଦି କାନ୍ଦି ଯାଇ ଖଟେ ଶୋଇଗଲି
କେହି ଡାକିଲେନି ଉଠ ।