STORYMIRROR

Shubhra Suchitra Mahanta

Inspirational Others

3  

Shubhra Suchitra Mahanta

Inspirational Others

ଶିକ୍ଷକ

ଶିକ୍ଷକ

1 min
380


ଶିକ୍ଷକ ଥିଲେ ଜୀବନେ 

ପଥ ରହେନା ଅନ୍ଧାର

ଶିକ୍ଷକ ହିଁ ମାର୍ଗ ଆଦର୍ଶର

ଶିକ୍ଷକ ଉଦ୍ଗମ ସ୍ଥଳ ଆଲୋକର ॥୧॥

ଶିକ୍ଷକ ଦିଅନ୍ତି ପ୍ରେରଣା

ଜ୍ଞାନ ଦାନରେ ନକରି ଉଣା

ଶିକ୍ଷକ ତାବିଜ ଅଭୟର

ଦୁର୍ଲଭ ଉତ୍ସ ସିଏ ଉତ୍ସାହ ର ॥୨ ॥

ମନେ ଭରନ୍ତି ସାହସ

ମାଟିକୁ ଛୁଆଁନ୍ତି ଆକାଶ

ଶିକ୍ଷକ ଆଇନା ଧୈର୍ଯ୍ୟର

ଶିକ୍ଷକ ଥିଲେ ଭାଗ୍ୟ ଉଜ୍ଜ୍ୱଳତର ॥୩॥

ଶିକ୍ଷକଙ୍କୁ ଯଦି ମାନିବ

ଭଲ ମଣିଷଟିଏ ହୋଇବ

ଥିଲେ ଆଶୀଷ ଶିକ୍ଷକଙ୍କର 

ଶୁଷ୍କ ଜୀବନ ବି ଦିଶିବ ସୁନ୍ଦର ॥୪॥

କଳା ପ୍ରତିଭାକୁ ଚିହ୍ନନ୍ତି 

ମଣିଷ ଟେ ଗଢି ତୋଳନ୍ତି 

ସମାଜେ କରାନ୍ତି ପରିଚିତ

ଛାତ୍ର ପାଇଁ ଶିକ୍ଷକ ସଦା ଚିନ୍ତିତ ॥୫॥

ଶିକ୍ଷକ ଅଟନ୍ତି ଭଗବାନ

କରିବନି ତାଙ୍କ ଅପମାନ

ପାଇବ ଯଦି ଭଲ ଶିକ୍ଷକ

ସଫଳ ହେବ ଲକ୍ଷ୍ୟ ଜୀବନର ॥୬॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational