STORYMIRROR

Shubhra Suchitra Mahanta

Others

3.5  

Shubhra Suchitra Mahanta

Others

ଛବି କଥା କହେ

ଛବି କଥା କହେ

1 min
124


ମୂର୍ତ୍ତୀ ଗଢ଼ୁଥିବା ମଣିଷଟିକୁ

କୁହାଯାଏ କାରିଗର

କାରିଗରୀ କଉଶଳ ବଳରେ

ଗଢ଼େ ମୂର୍ତ୍ତୀ ନିରନ୍ତର


ମାଟି ଅଟେ ତାର ପ୍ରିୟ ସମ୍ବଳ

ଜୀବନ କହିଲେ ଚଳେ

ମାଟିକୁ ରଙ୍ଗେଇ ବା ପାଇଁକି

ହାତେ ରଙ୍ଗ ତୁଳୀ ଧରେ


ହାତୁଡ଼ିଟିରେ ନିହାଣ ମୁନରେ

ମାଟିକୁ କରେ ଜୀବନ୍ତ

ପ୍ରଭୁଙ୍କ ଆଶୀଷ ପାଇଅଛି ସେ

ନାହିଁ ତା କଳାର ଅନ୍ତ


ପାତ୍ରଟେ ହେଉ ଅବା ଭଗବାନ

ପାରଇ ଗଢି ସଭିଙ୍କୁ 

ତା ହାତ ପରଶେ କୁହୁକ ଦିଶଇ

କିଣି ନିଅଇ ମନକୁ


ମନଧ୍ୟାନ ଦେଇ କରେ କର୍ତ୍ତବ୍ୟ

ଯାହା ଥାଉ ପରିସ୍ଥିତି

ଏହି ବୃତ୍ତିରେ ପୋଷଇ କୁଟୁମ୍ବ

ଝାଳ ବୋହୁଥାଏ ନିତି


ଗଡି ଚାଲିଥାଏ ବୟସ ତାର

ହାତ ତାର ଥରୁଥାଏ 

କପାଳରେ ତାର ଦିଶଇ କୁଞ୍ଚ 

ସଦା କାର୍ଯ୍ୟେ ଲାଗିଥାଏ 



Rate this content
Log in