ଏଇ ମୋର ଛୋଟ ଗାଁ
ଏଇ ମୋର ଛୋଟ ଗାଁ

1 min

160
ଏଇ ମୋର ଛୋଟ ଗାଁ ଟି,
ଅନେକ ସ୍ମୃତି ରଖିଛି ସାଉଁଟି
ସବୁଜ ଶ୍ୟାମଳ ସୁଶୋଭିତ,
ଭାରି ମନଲୋଭା ଏ ଗାଁ ମାଟି ॥
ପାହାନ୍ତାରେ ଡାକ କୁକୁଡ଼ାର ଶୁଣି,
ଉଠି ପଡେ଼ ଚାଷୀ ଭାଇ ଟି
ହଳ ଧରି ମାଡି ଚାଲେ କ୍ଷେତକୁ,
ଦୃଶ୍ୟ ଏପରି ମିଳେ କେଉଁଠି!
କିଚିରିମିଚିରି ଶବ୍ଦ, ଚାଳଘର ଧୂଆଁ,
ପୋଖରୀ ତୁଠ ର ସମଷ୍ଟି
ଅରଣ୍ୟ ମଧ୍ୟେ ବିଦ୍ୟାଳୟ ଅଛି,
ଶୁଭେ ମନ୍ଦିରର ଘଣ୍ଟ ଘଣ୍ଟି ॥
କେତେ ମେଳା କେତେ ଯାନିଯାତ୍ରା,
ଦେଖିବାକୁ ମିଳଇ ଏଠି
ଭାଇଚାରା ରେ ସମସ୍ତେ ବନ୍ଧା,
ସ୍ନେହ ଶ୍ରଦ୍ଧା ପାଇବ ସଭିଙ୍କଠି ॥