STORYMIRROR

Shubhra Suchitra Mahanta

Others

3  

Shubhra Suchitra Mahanta

Others

ଶିଶୁଟିଏ

ଶିଶୁଟିଏ

1 min
157



ମୁକ୍ତ ଆକାଶ ତଳେ, ଧିମା ଧିମା ପବନରେ

ଖେଳୁଛି ଶିଶୁଟିଏ, ଦେଖ କେତେ ଆନନ୍ଦରେ।।


ମଣିଷ ଚିହ୍ନିନି ଏବେ, ଭାବେ ସମସ୍ତେ ସୁନ୍ଦର 

ଜାଣିନି ଭେଦଭାବ, ଆଉ ପର ଆପଣାର।।


ସ୍ଵାର୍ଥପରତା କଣ, ପରିଚୟ ସିଏ ପାଇନି

ଭରିଛି ମୋହମାୟା, ଝଲକ ସିଏ ଦେଖିନି।।


ପବିତ୍ର ହୃଦେ ତାର, ରହିଛି କୋମଳ ଭାବନା

ଉତ୍ତର ଯେତେ ଦିଅ, ପ୍ରଶ୍ନ କେବେ ସରେନା।।


ଚାଲୁଛି ଆଜି ବାଟ, ଧରି ଜଣଙ୍କର ହାତ

କାଲିକି ଚଲାଇବ, ଦେଶ ହୋଇ ନାଗରିକ।।


ଆଜି ସାଜିଛି କୃଷ୍ଣ, ନନ୍ଦ ଓ ଯଶୋଦା ର

ଭବିଷ୍ୟତେ ହୋଇବ, ସେ ଶ୍ରବଣ କୁମାର।।


ଭଲ ବାଟ ଦେଖାଅ, ଦିଅ ତାକୁ ସଂସ୍କାର,

ସହଯୋଗ ଶିଖାଅ, ହେବ ପ୍ରିୟ ସଭିଙ୍କର ।।


ମନ୍ଦ କାମରୁ ରଖ, ତାକୁ ତୁମେ ଦୁରେଇ

କ୍ରୋଧ ଆଉ ଲୋଭ, ପାରିବ ନାହିଁ ଡରାଇ।।


ପ୍ରତିଭା ଦେଖ ଯଦି, କର ତାକୁ ଉତ୍ସାହିତ

ଆଗେଇ ଯିବା ପାଇଁ, ନିଃସ୍ୱାର୍ଥେ କର ପ୍ରେରିତ।।


ପର ର ଉପକାର ରୁ, ଟାଣନି ତାକୁ ପଛକୁ 

ମାନବ ସେବା ରୁ ହିଁ, ପାଇବ ଭଗବାନଙ୍କୁ।।


Rate this content
Log in