ନିଦ
ନିଦ
1 min
205
ନିଦ ଆସିଲେ ଆମେ ଶୋଇଯାଉ
କିଛି କ୍ଷଣ ପାଇଁ ଚିନ୍ତା ଭୁଲି ଯାଉ ॥
ରାଗ ରୋଷ ଛାଡି ଶାନ୍ତ ହେଉ
ନୟନ ଯୁଗଳକୁ ବିଶ୍ରାମ ଦେଉ ॥
ଅମଙ୍ଗଳ ଭାବନାରୁ ବିରତି ପାଉ
ଚଞ୍ଚଳ ମୁଖକୁ ଆରାମ ଦେଉ ॥
କାନକୁ କିଛି କଥା ନ ଶୁଣାଉ
ଶାନ୍ତିରେ ଟିକିଏ ନିଃଶ୍ୱାସ ନେଉ ॥
କିଏ କଣ କହିଥିଲା ଭୁଲି ଯାଉ
ପ୍ରଭୁଙ୍କୁ ସୁମରି ପ୍ରଣାମ ଜଣାଉ ॥
ସ୍ଵପ୍ନର ଦୁନିଆରେ ଭାସି ଯାଉ
ବାସ୍ତବ ଦୁନିଆରୁ ହଜି ଯାଉ ॥
ନୂତନ ଦିବସ ଅପେକ୍ଷାରେ ଥାଉ
ସକାଳେ ପ୍ରାଣ ଥାଉ ବା ନଥାଉ ॥